ଗୁଗଲ୍‌ର ନୂଆ ଫିଚର୍‌ ‘ଲିସିନ୍‌ ଟୁ ଦିସ୍‌ ପେଜ୍‌’

ଲୋକମାନଙ୍କ ପାଇଁ ଗୁଗଲ୍‌ ଏକ ନୂଆ ଫିଚର୍‌ ଆଣିଛି। ଏହା ସାହାଯ୍ୟରେ ଆପଣ ସେହି ଲେଖାକୁ ପଢିବା ବ୍ୟତୀତ ଏଣିକି ଶୁଣି ମଧ୍ୟ ପାରିବେ। ଆଣ୍ଡ୍ରଏଡ୍‌ ବ୍ୟବହାରକାରୀ ଏଣିକି ଗୀତ ଏବଂ ପୋଡ୍‌କାଷ୍ଟ ପରି ଓ୍ବେବ୍‌ପେଜ୍‌କୁ ମଧ୍ୟ ଶୁଣିପାରିବେ। “Listen to this page” ନାମକ ଏକ ନୂଆ ଫିଚର ଆଣିଛି ଗୁଗଲ୍‌।ଏହି ଫିଚର୍‌ର ସବୁଠାରୁ ଖାସ୍‌ ଗୁଣ ହେଉଛି, ଆପଣ ନିଜ ଗ୍ୟାଜେଟ୍ ବନ୍ଦ କରି ମଧ୍ୟ ଏହି ଫିଚର ବ୍ୟବହାର କରିପାରିବେ। ଆପଣଙ୍କୁ କେବଳ କ୍ରୋମ ବ୍ରାଉଜରରେ ଯେକୌଣସି ୱେବ୍‌ପେଜ୍‌ ଖୋଲି ଅପ୍ସନକୁ ଯାଇ “Listen to this page”କୁ ସିଲେକ୍ଟ କରିବାକୁ ପଡ଼ିବ। ଏହାପରେ ଆପଣ ଲେଖାଗୁଡ଼ିକୁ ପଢିବା ପରିବର୍ତ୍ତେ ଶୁଣିପାରିବେ। ଗୁଗଲର ଏହି ଫିଚର ବର୍ତ୍ତମାନ ୧୨ଟି ଭାଷାରେ ଉପଲବ୍ଧ। ଯେଉଁଥିରେ ଆରବୀ, ବଙ୍ଗାଳୀ, ଚାଇନିଜ୍, ଇଂରାଜୀ, ଫରାସୀ, ଜର୍ମାନ, ହିନ୍ଦୀ, ଇଣ୍ଡୋନେସିଆନ୍, ଜାପାନିଜ୍, ପର୍ତ୍ତୁଗୀଜ୍, ଋଷୀୟ ଏବଂ ​‌ସ୍ପେ​‌ନିସ୍ ଭାଷା ଅନ୍ତର୍ଭୁକ୍ତ। ତେବେ ଯେଉଁ ପେଜ୍‌ରେ ‘ଲିସିନ୍‌ ଟୁ ଦିସ୍‌ ପେଜ୍‌’ ଅପ୍ସନ ନଥିବ ସେହି ପେଜ୍‌ରେ ଏହି ଫିଚର କାମ କରିବନାହିଁ।