୧୬ ହଜାର ଟଙ୍କାରେ କିଣାଯାଇପାରିବ ଆଇଫୋନ୍-୧୫

iPhone 15 କ୍ରୟ ଉପରେ ଫ୍ଲିପକାର୍ଟ ଏକ ଆକର୍ଷଣୀୟ ଅଫର ଜାରି କରିଛି, ଯାହା ସାହାଯ୍ୟରେ ୭୨ ହଜାର ଟଙ୍କା ମୂଲ୍ୟର ଆଇଫୋନ୍-୧୫ ସ୍ମାର୍ଟଫୋନକୁ ମାତ୍ର ୧୬ ହଜାର ଟଙ୍କାରେ କିଣାଯାଇପାରିବ। ଏଥିସହ କିଛି ଅନ୍ୟାନ୍ୟ ରିହାତି ଅଫର ମଧ୍ୟ ମିଳିବ। ଫୋନ୍ କ୍ରୟ ଉପରେ ବ୍ୟାଙ୍କ ରିହାତି ସହ ଏକ୍ସଚେଞ୍ଜ୍ ଅଫର୍ ଦିଆଯାଉଛି।

ଦାମ୍‌ ଓ ଅଫର:

iPhone 15 ସ୍ମାର୍ଟଫୋନର ୧୨୮ ଜିବି ଷ୍ଟୋରେଜ୍‌ ଭାରିଆଣ୍ଟର ମୂଲ୍ୟ ୭୨,୯୯୯ ଟଙ୍କା। ଫୋନ୍‌କୁ ଫ୍ଲିପକାର୍ଟରେ ୮ ପ୍ରତିଶତ ରିହାତି ଅଫର ସହ କିଣାଯାଇପାରିବ। ଫୋନ୍ କ୍ରୟ ଉପରେ ୫୩,୦୦୦ ଟଙ୍କାର ଏକ୍ସଚେଞ୍ଜ୍ ଅଫର ଦିଆଯାଉଛି। ଏଥିସହ କେତେକ ନିର୍ଦିଷ୍ଟ ମଡେଲ ଉପରେ ୩୦୦୦ ଟଙ୍କାର ଏକ୍ସଚେଞ୍ଜ୍ ଅଫର ଦିଆଯାଉଛି। ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡରେ ଫୋନ୍‌ ଉପରେ ୨୦୦୦ ଟଙ୍କା ରିହାତି ଦିଆଯାଉଛି। ଏଥିସହ ୫ ପ୍ରତିଶତ କ୍ୟାସ୍‌ବ୍ୟାକ୍ ଦିଆଯାଉଛି। ଏପରି ଭାବେ ଆଇଫୋନ୍‌ ୧୫କୁ ୧୬,୦୦୦ ଟଙ୍କାରେ କିଣିପାରିବେ। ଫୋନ୍ କ୍ରୟ ଉପରେ ୧ ବର୍ଷ ୱାରେଣ୍ଟି ଏବଂ ୬ ମାସ ଇନ୍-ବକ୍ସ ଆସେସୋରିଜ୍ ୱାରେଣ୍ଟି ଦିଆଯାଉଛି। ମାସକୁ ୨୫୬୭ ଟଙ୍କାର ଇଏମଆଇରେ କିଣିପାରିବେ ଏହି ଫୋନ୍।