Asus ଲଞ୍ଚ କରିବ ସ୍ମାର୍ଟଫୋନ
ନୂଆ ବର୍ଷ ଅବସରରେ ୯ ଜାନୁଆରୀ ଦିନ CES ଇଭେଣ୍ଟ ବା କନଜ୍ୟୁମର ଇଲେକ୍ଟ୍ରୋନିକ୍ ସୋ’ ଆୟୋଜିତ ହେବ । ଏହି ଇଭେଣ୍ଟରେ Asus ନିଜର ଆଗାମୀ Rog 8 ସିରିଜ୍ ଲଞ୍ଚ କରିବ । ଲଞ୍ଚ ପୂର୍ବରୁ Asus Rog 8 ସିରିଜର ସ୍ପେସିଫିକେସନ୍ ସାମ୍ନାକୁ ଆସିଛି । ଏହି ସିରିଜ୍ ଅଧୀନରେ କମ୍ପାନୀ Asus Rog 8 ଏବଂ Asus Rog 8 Pro ସ୍ମାର୍ଟଫୋନ୍ ଲଞ୍ଚ କରିବ । ଉଭୟ ଫୋନରେ ୬.୭୮ ଇଞ୍ଚର ଫୁଲ୍ HD ପ୍ଲସ୍ AMOLED ଡିସପ୍ଲେ ରହିବ । ଯାହା ୧୨୦Hz ର ରିଫ୍ରେସ୍ ରେଟକୁ ସପୋର୍ଟ କରିବ ।