‘ଆଦିତ୍ୟ ଏଲ୍-ୱାନ’ ପୃଥିବୀର ଦ୍ଵିତୀୟ କକ୍ଷପଥକୁ ପାର କରିଛି

‘ଆଦିତ୍ୟ ଏଲ୍-ୱାନ’ ସ୍ପେସକ୍ରାଫ୍ଟ ପୃଥିବୀର ଦ୍ଵିତୀୟ କକ୍ଷପଥକୁ ସଫଳତାର ସହ ପାର କରିଛି। ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ‘ଆଦିତ୍ୟ ଏଲ୍-ୱାନ’ ସ୍ପେସକ୍ରାଫ୍ଟ ସୋମବାର ରାତି ୨ଟା ୪୫ ସମୟରେ ପୃଥିବୀର ଦ୍ଵିତୀୟ କକ୍ଷପଥ ପାର କରିଥିଲା। ବେଙ୍ଗାଳୁରୁର ଆଇଏସଟିଆରଏସି କେନ୍ଦ୍ରରୁ ଏହି କକ୍ଷପଥ ପରିବର୍ତ୍ତନ ପାଇଁ ନିର୍ଦେଶ ଦିଆଯାଇଥିଲା। ‘ଆଦିତ୍ୟ ଏଲ୍-ୱାନ’ କକ୍ଷ ପରିବର୍ତ୍ତନ କଲାବେଳେ ଏହାକୁ ପୋର୍ଟ ବ୍ଲେୟାର, ବେଙ୍ଗାଳୁରୁ ଏବଂ ମରିଶସରେ ଥିବା ଇସ୍ରୋର ଗ୍ରାଉଣ୍ଡ ଷ୍ଟେସନରୁ ଟ୍ରାକ କରାଯାଇଥିଲା। ଏବେ ଏହି ସ୍ପେସକ୍ରାଫ୍ଟ ପୃଥିବୀର ୨୮୨ କିଲୋମିଟର ଗୁଣା ୪୦,୨୨୫ କିଲୋମିଟରର ନୂଆ କକ୍ଷକୁ ଯାଇଛି। ଆଗକୁ ସେପ୍ଟେମ୍ବର ୧୦ ତାରିଖର ଦିନ ୨ଟା ୩୦ ବେଳେ ଆଦିତ୍ୟ ଏଲ୍-ୱାନ ସ୍ପେସକ୍ରାଫ୍ଟ ପୃଥିବୀର ତୃତୀୟ କକ୍ଷକୁ ଯିବାର ଧାର୍ଯ୍ୟ ହୋଇଛି।