ୟୁପିଆଇରେ ବଡ଼ ପରିବର୍ତ୍ତନ
ସାରା ଦେଶରେ ଡିଜିଟାଲ ପେମେଣ୍ଟର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଏହି ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍ ସିଷ୍ଟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ସରକାର ଏକ ନିର୍ଦ୍ଦେଶାବଳୀରେ କହିଛନ୍ତି ଯେ, କରଦାତା ଖୁବଶୀଘ୍ର ୟୁପିଆଇରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟାକ୍ସ ପେମେଣ୍ଟ କରିପାରିବେ । ପୂର୍ବରୁ ଏହି ଲିମିଟ୍ ଖୁବ କମ୍ ରହିଥିଲା । ତେଣୁ ଏହି ପରିବର୍ତ୍ତନ କରଦାତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ହୋଇପାରିବ ।ଦେଶର ଲକ୍ଷ ଲକ୍ଷ କରଦାତାଙ୍କ ପାଇଁ ୟୁପିଆଇ ଜରିଆରେ ଟାକ୍ସ ପେମେଣ୍ଟର ଟ୍ରାଞ୍ଜାକ୍ସନ ସୀମାକୁ ବୃଦ୍ଧି କରାଇଛନ୍ତି ନେସନାଲ ପେମେଣ୍ଟସ କର୍ପୋରେସନ୍ ଅଫ୍ ଇଣ୍ଡିଆ । ୨୦୨୪ ଅଗଷ୍ଟ ୨୪ ତାରିଖରେ ଏକ ସର୍କୁଲାର ଜାରି କରି ଏହା ବିଷୟରେ ସୂଚନା ଦେଇଛନ୍ତି ସରକାର । ଏଥିରେ କୁହାଯାଇଛି ଯେ, ୟୁପିଆଇ ମାଧ୍ୟମରେ ଟ୍ରାଞ୍ଜାକ୍ସନକୁ ନେଇ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ବିଶେଷ କାଟାଗୋରୀ ପାଇଁ ୟୁପିଆଇରେ ସମସ୍ତ ଟ୍ରାଞ୍ଜାକ୍ସନ ଲମିମିଟ ବୃଦ୍ଧି କରିବାର ଆବଶ୍ୟକତା ରହିଛି । ସଂସ୍ଥା ଗୁଡ଼ିକ ପାଇଁ ଟାକ୍ସ ପେମେଣ୍ଟ ପାଇଁ ୟୁପିଆଇରେ ଟ୍ରାଞ୍ଜାକ୍ସନ ଲିମିଟ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏ ନେଇ ବ୍ୟାଙ୍କ, ପେମେଣ୍ଟସ ସର୍ଭିସ ପ୍ରେଭାଇଡର୍ସ ଏବଂ ୟୁପିଆଇ ଆପ୍ ଜରିଆରେ ଏହାକୁ ସୁନିଶ୍ଚିତ କରିବା ପାଇଁ ସତ୍ୟାପିତ ବ୍ୟବସାୟୀଙ୍କ ଏମସିସି ୯୩୧୧ କାଟାଗୋରୀ ପାଇଁ ଟ୍ରାଞ୍ଜାକ୍ସନ ଲିମିଟ ବୃଦ୍ଧି ହେବା ଆବଶ୍ୟକ ।ଏ ସମ୍ପର୍କରେ ଏନପିସିଆଇ କହିଛି ଯେ, ଟିକସଦାତାମାନେ ମଧ୍ୟ ନିଶ୍ଚିତ କରିବା ଉଚିତ ଯେ ଟିକସ ଦେୟ ବର୍ଗ ପାଇଁ ବର୍ଦ୍ଧିତ ସୀମା ପାଇଁ ୟୁପିଆଇ ଏକ ପେମେଣ୍ଟ ମୋଡ୍ ଭାବରେ ସକ୍ଷମ ହୋଇଛି । ଏଥିପାଇଁ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଟାକ୍ସ ପେମେଣ୍ଟ ଲିମିଟର ବର୍ଦ୍ଧିତ ସୀମା ଲାଗୁ କରିବା ପାଇଁ ବ୍ୟାଙ୍କ, ପେମେଣ୍ଟ ସର୍ଭିସ ପ୍ରୋଭାଇଡର୍ସ ଏବଂ ୟୁପିଆଇକୁ କହିଛି ଏନପିସିଆଇ । ଅର୍ଥାତ୍ ସେପ୍ଟେମ୍ବର ୧୬ ତାରିଖ ସୁଦ୍ଧା ୫ ଲକ୍ଷ ଟଙ୍କା ଟାକ୍ସ ପେମେଣ୍ଟ କରିବା ପାଇଁ ୟୁପିଆଇ ବ୍ୟବହାର କରିପାରିବେ ।