ସୁନୀତା ୱିଲିୟମ୍ସଙ୍କ ପ୍ରଶଂସା
୯ ମାସ ପରେ ପୃଥିବୀକୁ ଫେରିଛନ୍ତି ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର । ସୁନୀତା ଓ ବୁଚଙ୍କ ସହ ଅନ୍ୟ ୨ କ୍ରୁ ସଦସ୍ୟ ଆଲେକଜାଣ୍ଡର ଗୋର୍ବୁନୋଭ ଓ ନାନା ମହାକାଶଚାରୀ ନିକ୍ ହେଗ ଫେରିଛନ୍ତି। ଆମେରିକାର ଫ୍ଲୋରିଡା ନିକଟ ସମୁଦ୍ରତଟରେ ସ୍ପେସ୍-ଏକ୍ସ କ୍ରୁ ଡ୍ରାଗନର ସଫଳ ଅବତରଣ ହୋଇଛି ।
ସାରା ବିଶ୍ବରେ ଏବେ ଗୋଟିଏ ନାଁ ସୁନୀତା ୱିଲିୟମ୍ସ । ଦୀର୍ଘ ୯ ମାସ ପରେ ମହାକାଶରୁ ଫେରିବା ପରେ ଏବେ ତାଙ୍କୁ ନେଇ ସବୁଠି ପ୍ରଶଂସା, ସବୁଠି ସ୍ବାଗତ ଏବଂ ତାଙ୍କରି ଚର୍ଚ୍ଚା ଆଲୋଚନା । କିଏ ତାଙ୍କ ଧର୍ୟ୍ୟ ଓ ସାହସକୁ ସଲାମ କରୁଛି ତ କିଏ ତାଙ୍କ ଆୟୁଷକୁ । ୬୦ ବର୍ଷରେ ମହାକାଶରେ ଜୀବନ ସହ ସଂଗ୍ରାମ କରି ନୂଆ ଜୀବନ ପାଇଛନ୍ତି ସୁନୀତା ।
ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ସ୍ପେସ୍ ଷ୍ଟେସନରୁ ପୃଥିବୀ ପୃଷ୍ଠରେ ପହଞ୍ଚିଛନ୍ତି ମହାକାଶଚାରୀ । ଭାରତୀୟ ସମୟ ଭୋର ୩ଟା ୨୭ ମିନିଟରେ ସମୁଦ୍ରରେ ଲ୍ୟାଣ୍ଡିଙ୍ଗ କରିଛି ନାସାର ସ୍ବତନ୍ତ୍ର ସ୍ପେସକ୍ରାଫ୍ଟ, ପରେ ୪ ମହାକାଶଚାରୀ ବାହାରକୁ ଆସିଥିବାର ଭିଡ଼ିଓ ସାମ୍ନାକୁ ଆସିଛି । ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ସମୟରେ ସ୍ପେସ୍ଏକ୍ସ କ୍ରୁ ଡ୍ରାଗନର ବେଗ ଘଣ୍ଟା ପ୍ରତି ୨୭ ହଜାର କିଲୋମିଟର ଥିଲା । ଶବ୍ଦର ବେଗଠୁ ୨୨ ଗୁଣା ଅଧିକ ବେଗରେ କ୍ୟାପସୁଲ ପୃଥିବୀର ବାୟୁ ମଣ୍ଡଳରେ ପ୍ରବେଶ କରିବା ପରେ ବାହ୍ୟ ତାପାମତ୍ରା ୧୯୨୬ ଡୀଗ୍ରୀ ସେଲସିୟସକୁ ବଢିଯାଇଥିଲା ।