ସାମ୍ନାକୁ ଆସିଲା ମହିନ୍ଦ୍ରା ଥାର୍ ରକ୍ସ
ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଏହାର ବହୁ ପ୍ରତୀକ୍ଷିତ ୫ ଡୋର୍ ବିଶିଷ୍ଟ ଥାର୍ର ଭିଡିଓ ସାମ୍ନାକୁ ଆଣିଛି। ଏଥିସହିତ ଏହାର ନାମ ମଧ୍ୟ ଥାର୍ ରକ୍ସ ଦିଆଯାଇଛି। କମ୍ପାନି ଆସନ୍ତା ଅଗଷ୍ଟ ୧୫ ତାରିଖରେ ଉକ୍ତ ଏସୟୁଭିର ବଜାର ପ୍ରବେଶ କରାଇବ। ଉଲ୍ଲେଖଯୋଗ୍ୟ, ଠିକ୍ ୪ ବର୍ଷ ପୂର୍ବେ ଅଗଷ୍ଟ ୧୫ ତାରିଖରେ ମଧ୍ୟ କମ୍ପାନି ଥାର୍ର ଉନ୍ମୋଚନ କରିଥିଲା। ଥାର୍ ରକ୍ସରେ ଅନେକ ନୂତନତ୍ବ ରହିଛି। ୨.୦ଲିଟର ଟର୍ବୋ ପେଟ୍ରୋଲ ମୋଟର ଏବଂ ୨.୨ ଲିଟର ଡିଜେଲ ଇଞ୍ଜିନ ବିକଳ୍ପରେ ଏହାଆସିବ। ୬ଟି ମାନୁଆଲ ଏବଂ ୬ଟି ଅଟୋମେଟିକ ଟ୍ରାନ୍ସମିସନ ସୁବିଧା ରହିଛି। ଏହାର ଏକ୍ସ ସୋରୁମ୍ ମୂଲ୍ୟ ପ୍ରାୟ ୧୩ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ ବୋଲି ଅନୁମାନ କରାଯାଉଛି।