ଭାରତରେ ଲଞ୍ଚ ହେଲା”ଆପଲ ୱାଚ”

ଭାରତରେ ଆପଲ ୱାଚର ନୂଆ ଫିଚର ଲଞ୍ଚ କରାଯାଇଛି । ଏହା ଛୋଟ ପିଲାଙ୍କ ପାଇଁ ବିଶେଷ ସହାୟକ ହୋଇପାରିବ । ଆପଲ ୱାଚ ସହାୟତାରେ ଅଭିଭାବକମାନେ ସେମାନଙ୍କର ପିଲାଙ୍କ ଉପରେ ସହଜରେ ଧ୍ୟାନ ରଖିପାରିବେ । ପିଲାଙ୍କ ଲୋକେସନ ଟ୍ରାକ୍ କରିପାରିବେ ଓ ହେଲଥ ଡିଟେଲ୍ସ ମଧ୍ୟ ନେଇ ପାରିବେ । ଏଥିସହିତ ଏଥିରେ କିଛି ସେବାକୁ ରେଷ୍ଟ୍ରିକ୍ଟେଡ ମଧ୍ୟ କରାଯାଇ ପାରିବ । ସାଧାରଣ ଭାବେ ଛୋଟ ପିଲାମାନେ କେଉଁଠି ଓ କିପରି ଅଛନ୍ତି ସେନେଇ ପିତାମାତାମାନେ ବ୍ୟସ୍ତ ହୋଇଯାଇଥାନ୍ତି । ତେଣୁ ଏହି ଫିଚର ଏବେ ଅଭିଭାବକଙ୍କ ପାଇଁ ବିଶେଷ ଭାବେ ସହାୟକ ହୋଇ ପାରିବ । ଅଭିଭାବକମାନେ ଏହି ଫିଚରର ସହାୟତାରେ ସେମାନଙ୍କର ସନ୍ତାନଙ୍କ ସହିତ କଥାବାର୍ତ୍ତା ମଧ୍ୟ କରିପାରିବେ ।ଆପଲ ୱାଚର ଏହି ନୂଆ ଫିଚର ପ୍ୟାରେଣ୍ଟସଙ୍କ ପାଇଁ ବିଶେଷ ଭାବେ ଉପଯୋଗୀ ସାବ୍ୟସ୍ତ ହେବ । ଆପଲ ୱାଚ ଏହି ଫିଚର ପାଇଁ ଏକ୍ସକ୍ଲୁସିଭଲୀ ଜିଓ ସହିତ ପାର୍ଟନରଶିପ କରିଛି । ଏଥିପାଇଁ ଆପଣଙ୍କୁ ଏକ ନୂଆ ଜିଓ କନେକ୍ସନ ନେବାକୁ ପଡ଼ିବ, ଯାହାକୁ ଆପଲ ୱାଚ ପାଇଁ କାମ କରିବ । ଆପଲ ୱାଚ ପାଇଁ ସେଲ୍ୟୁଲର ଭର୍ସନ ନେବାକୁ ପଡ଼ିବ, ଯାହାକି ଆପଲ ୱାଚ ପାଇଁ ହୋଇଥିବ । ପିଲାଙ୍କ ପାଇଁ ଆପଲ ୱାଚ ସେଟଅପ୍ କରିବା ପାଇଁ ଅଭିଭାବକଙ୍କ ପାଖରେ ଅତିକମରେ ଏକ ଆଇଫୋନ୍ ରହିଥିବା ଆବଶ୍ୟକ । ଉକ୍ତ ଡିଭାଇସ୍ ଆଇଓଏସ ୧୪ ବା ତା’ଠାରୁ ଉପର ଭର୍ସନରେ କାମ କରୁଥିବା ଆବଶ୍ୟକ । ପିଲାଙ୍କ ପାଇରେ ଏକ ଅଲଗା ମୋବାଇଲ ନମ୍ବର ରହିବ, ଯାହାକି ଇ-ସିମର ସେଟଅପ ପରେ ମିଳିବ । ପ୍ୟାରେଣ୍ଟସ ଆପଣ ୱାଚରେ କିଛି ବଛାବଛା ସଂଯୋଗକୁ ଷ୍ଟୋର କରିପାରିବେ ।