ବୋଲ୍ଟ ନୂଆ ଇୟରବଡ୍ସ ଲଞ୍ଚ କରିଛି

Boultର K10 ଇୟରବଡ୍ସର ଦାମ ୧,୦୯୯ ଟଙ୍କା । ଏହି ଇୟରବଡ୍ସ ନୀଳ ଏବଂ କଳା ରଙ୍ଗରେ ଉପଲବ୍ଧ ହେବ । W10 ର ଦାମ ହେଉଛି ୭୯୯ ଟଙ୍କା । ଏହି ଇୟରବଡ୍ସ ଧଳା ଏବଂ କଳା ରଙ୍ଗରେ ଉପଲବ୍ଧ ହେବ । ଫ୍ଲିପକାର୍ଟ ଏବଂ ବୋଲ୍ଟ ୱେବସାଇଟରୁ ଆପଣ ଏହି ଇୟରବଡ୍ସ କିଣିପାରିବେ ।

Boult W10 ଇୟରବଡ୍ସରେ ଦମଦାର ଫିଚର ଅଛି । ବହୁତ ସାଉଣ୍ଡ କ୍ବାଲିଟି ଚାହୁଁଥିବା ଲୋକଙ୍କ ପାଇଁ ଏହା ବେଷ୍ଟ ହେବ । ବ୍ଲୁଟୁଥ୍ 5.4 ସହିତ ୟୁଜର୍ସମାନେ ମ୍ୟୁଜିକ, କଲ୍ ଏବଂ ଗେମିଂ ପାଇଁ ଏକ ଭଲ କନେକ୍ସନ ପାଇବେ । ଏହି ଇୟରବଡ୍ସରେ ସ୍ପେସାଲ୍ ଅଡିଓ ମିଳେ, ଯାହା ମୁଭି ଦେଖିବା ସମୟରେ ଭଲ ସାଉଣ୍ଡ ଟ୍ରାକ୍ ଦେଇଥାଏ ।