ଫୋନ୍ରେ ଆଉ ଚାଲିବନି ହ୍ୱାଟ୍ସଆପ୍
ହ୍ୱାଟ୍ସଆପ୍ ବ୍ୟବହାରୀଙ୍କ ପାଇଁ ଆସିଛି ବଡ଼ ଖବର। ଏଣିକି ଏହି ସବୁ ମୋବାଇଲ ଫୋନ୍ରେ ଆଉ ଚାଲିବନି ହ୍ୱାଟ୍ସଆପ୍। ସାମସଙ୍ଗଠୁ ଆରମ୍ଭ କରି ଆପଲ ଫୋନ୍ ପର୍ଯ୍ୟନ୍ତ ପ୍ରାୟ ଅନେକ କମ୍ପାନୀର ଦାମୀ ମୋବାଇଲରେ ବି ଆଉ କାମ କରିବନି ହ୍ୱାଟ୍ସଆପ୍। ତେବେ କେଉଁ କେଉଁ ମୋବାଇଲରେ ହ୍ୱାଟ୍ସଆପ୍ କାମ କରିବନି ସେନେଇ କମ୍ପାନୀ ପକ୍ଷରୁ ୩୫ଟି ମୋବାଇଲର ତାଲିକା ପ୍ରକାଶ ପାଇଛି।ଏହି ପରିବର୍ତ୍ତନ ଭାରତର ୟୁଜର୍ସଙ୍କ ଉପରେ ବିଶେଷ ପ୍ରଭାବ ପକାଇବ। ବିଶେଷକରି ଯେଉଁମାନେ ହୁଏୱି ଏବଂ ଏଲଜି ଭଳି ବ୍ରାଣ୍ଡରୁ ଫୋନ୍ ବ୍ୟବହାର କରୁଛନ୍ତି ଯାହାର ବିକ୍ରି ଭାରତରେ ବନ୍ଦ ହୋଇସାରିଛି ସେମାନେ ହ୍ୱାଟସ୍ଆପ୍ ଚଲାଇବା ପାଇଁ ଅନ୍ୟ ଏକ ସ୍ମାର୍ଟ ଫୋନ୍କୁ ଅପଗ୍ରେଡ୍ କରିବେ। ତେବେ ଏହି ଆପ୍ କେବଳ ଆଣ୍ଡ୍ରଏଡ୍ ୫.୦ କିମ୍ବା ଆଇଫୋନ୍ iOS 12ରେ ସପୋର୍ଟ କରିବ।ଏହି ଷ୍ଟେପ ଫଲୋ କରନ୍ତୁ..
ଆଇଫୋନ୍: ଜେନେରାଲ୍ > ସେଟିଂ > ଏବାଉଟ୍ ଆଇଫୋନ୍
ଆଣ୍ଡ୍ରଏଡ୍: ସେଟିଂ > ଏବାଉଟ୍ ଫୋନ୍ > ସଫ୍ଟୱେର ଭର୍ସନ
ଯଦି ଆପଣଙ୍କର ଫୋନ୍ ଏହି ତାଲିକାରେ ଅଛି, ତେବେ ନୂତନ ମଡେଲକୁ ଅପଗ୍ରେଡ୍ କରନ୍ତୁ।