Poco ହେଉଛି ମୋବାଇଲ୍ କମ୍ପାନୀର Poco C55ର ଏକ ଅପଗ୍ରେଡ୍ ଭର୍ସନ, ଯାହା ଅପଗ୍ରେଡ୍ ଫିଚର ସହିତ ଅଣାଯାଇଛି । ସିକ୍ୟୁରିଟି ପାଇଁ ଫୋନ ସାଇଡରେ ଥିବା ପାୱାର ବଟନରେ ଏକ ଫିଙ୍ଗର ପ୍ରିଣ୍ଟ ସେନ୍ସରକୁ ଇଣ୍ଟିଗ୍ରେଟ କରାଯାଇଛି । Poco C65ରେ ଆପଣ କଣ ଖାସ ଦେଖିବାକୁ ପାଇବେ ଏବଂ ଏହି ଡିଭାଇସର ଦାମ କେତେ ରହିଛି ଆସନ୍ତୁ ଜାଣିବା । ଏହି ବଜେଟ୍ ଫୋନର ସମସ୍ତ ଫିଚର୍ସ ଦମଦାର ରହିଛି ।
Poco C65 ଫିଚର୍ସ :
୯୦ Hz ରିଫ୍ରେସ୍ ରେଟ ଏବଂ ୬୦୦ ନିଟ୍ସ ପିକ୍ ବ୍ରାଇଟନେସ୍ ସହିତ ଲଞ୍ଚ ହୋଇଥିବା ଏହି ଦମଦାର ଫୋନ ୬.୭୪ ଇଞ୍ଚର ଡିସପ୍ଲେ ସହ ଆସୁଛି । ସ୍କ୍ରିନର ପ୍ରୋଟେକ୍ସନ ପାଇଁ କମ୍ପାନୀ ଗୋରିଲା ଗ୍ଲାସ ବ୍ୟବହାର କରିଛି । ସ୍ପିଡ୍ ଏବଂ ମଲ୍ଟିଟାସ୍କିଂ ପାଇଁ ଏହି ଡିଭାଇସରେ ମିଡିଆଟେକ୍ ହେଲିଓ G85 ଚିପସେଟକୁ ବ୍ୟବହାର କରାଯାଇଛି ।Poco C65ରେ ୮ GB RAM ରହିଛି, କିନ୍ତୁ ଭର୍ଚୁଆଲ୍ RAM ସାହାଯ୍ୟରେ RAM ବଢ଼ାଇ ହେବ । ଫଟୋ ଏବଂ ଭିଡିଓ ସେଭ୍ ପାଇଁ ୨୫୬ GB ପର୍ଯ୍ୟନ୍ତ ଷ୍ଟୋରେଜ୍ ଅଛି, ଯାହା ମାଇକ୍ରୋ SD କାର୍ଡ ସାହାଯ୍ୟରେ ବଢ଼ାଇବା ସମ୍ଭବ ।ଏହି ବଜେଟ୍ ସ୍ମାର୍ଟଫୋନରେ ୫୦୦୦ mAh ବ୍ୟାଟେରୀ ଦିଆଯାଇଛି, ଯାହା ୧୮ ୱାଟ ଫାଷ୍ଟ ଚାର୍ଜକୁ ସପୋର୍ଟ କରେ । କନେକ୍ଟଭିଟି ପାଇଁ ଏହି ବଜେଟ ଫୋନରେ ୩.୫ ମିଲିମିଟର ହେଡଫୋନ ଜ୍ୟାକ୍, ୟୁଏସଭି ଟାଇପ୍-ସି ପୋର୍ଟ, ବ୍ଲୁଟୁଥ, ୱାଇ-ଫାଇ ଏବଂ NFC ସପୋର୍ଟ ଦିଆଯାଇଛି ।