ଓପୋ ଲଞ୍ଚ କଲା ଟ୍ରିପଲ୍‌ କ୍ୟାମେରା

ଓପୋ ଭାରତରେ ନିଜର ନୂଆ ଫ୍ଲିପ୍‌ ଫୋନ୍‌ ଲଞ୍ଚ କରିଛି

ଓପୋ ଭାରତରେ ଏକ ନୂଆ ଟ୍ରିପଲ କ୍ୟାମେରା ଫ୍ଲିପ ଫୋନ ଲଞ୍ଚ କରିଛି । ଓପୋ କମ୍ପାନୀ Oppo Find N3 Flip କୁ ଟ୍ରିପଲ କ୍ୟାମେରା ସେଟ୍‌ଅପ୍‌ ଏବଂ ୨ଟି କଲର ଅପ୍ସନରେ ଲଞ୍ଚ କରିଛି । ଏହି ଫୋନକୁ ଆପଣ ଫିଲ୍ପକାର୍ଟ ଦ୍ୱାରା ପ୍ରି ବୁକ୍‌ କରିପାରିବେ । ଏହି ସ୍ମାର୍ଟଫୋନର ୧୨GB ରାମ + ୨୫୬GB ଷ୍ଟୋରେଜର ଦାମ ୯୪,୯୯୯ ଟଙ୍କା ରହିଛି । କିନ୍ତୁ ଫେଷ୍ଟିଭାଲ୍‌ ସେଲ୍‌ରେ ଏହି ସ୍ମାର୍ଟଫୋନ ଡିସକାଉଣ୍ଟରେ ମିଳୁଛି । ଏହି ଫୋନରେ ଆପଣ ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ ।Oppo Find N3 Flip ରେ ଆପଣଙ୍କୁ ୩.୨୬ ଇଞ୍ଚର ଆଉଟର ଡିସପ୍ଲେ ଏବଂ ୬.୮ର FHD ପ୍ଲସ ମେନ ଡିସପ୍ଲେ ୧୨୦Hr ରିଫ୍ରେସ ରେଟ ମିଳିବ । ମୋବାଇଲ ଫୋନରେ ଅକ୍ଟୋକୋର MediaTek Dimensity ୯୨୦୦ ଚିପସେଟ, ଆଣ୍ଡ୍ରଏଡ ୧୩ ସହିତ ColorOS ୧୩. ୨ ଏବଂ ଟ୍ରିପଲ କ୍ୟାମେରା ରହିଛି ।

ଏଥିରେ ୫୦MPର ୱାଇଡ ଆଙ୍ଗେଲ କ୍ୟାମେରା, ୪୮MPର ଅଲଟ୍ରା ୱାଇଡ କ୍ୟାମେରା ଏବଂ ୪୮MPର ପୋଟ୍ରେଟ କ୍ୟାମେରା ମିଳିଥାଏ । ଫ୍ରଣ୍ଟରେ ଆପଣଙ୍କୁ ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ ୩୨MP ର କ୍ୟାମେରା ମିଳିବ । Oppo Find N3 Flip ରେ ୪୩୦୦ MAHର ବ୍ୟାଟେରୀ ୪୪ ୱାଟ ଫାଷ୍ଟ ଚାର୍ଜିଙ୍ଗ ସହିତ ମିଳିବ।