ଏଣିକି ଟ୍ରେନ ଗାର୍ଡ ହେବେ ଟ୍ରେନ ମ୍ୟାନେଜର

ଏଣିକି ଟ୍ରେନ ଗାର୍ଡ ହେବେ ଟ୍ରେନ ମ୍ୟାନେଜର image credit-readingsexy.com

ମେଟ୍ରୋ ଟିଭି ଓଡିଶା,୧୫/୧: ରେଳବାଇ ବିଭାଗରେ ଏବେ ବିଭିନ୍ନ ଚେଞ୍ଜ କରାଯାଇଛି । ଭାରତୀୟ ରେଳବାଇରେ ଥିବା ଗାର୍ଡଙ୍କୁ ଏବେ ଟ୍ରେନ ମ୍ୟାନେଜର ବୋଲି ଏବେ କୁହାଯିବା । ତେବେ ପେ ସ୍କେଲରେ କୌଣସି ପରିବର୍ତ୍ତନ ହେବନି । ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ କୌଣସି ପରିବର୍ତ୍ତନ ହେବନି । ସେମାନଙ୍କ କର୍ତ୍ତବ୍ୟରେ ମଧ୍ୟ ପରିବର୍ତ୍ତନ ହେବନି । କେବଳ ନାମରେ ପରିବର୍ତ୍ତନ କରାଯାଇଛି । ଗାର୍ଡ ବଦଳରେ ଟ୍ରେନ୍ ମ୍ୟାନେଜର କୁହାଯିବ । ତୁରନ୍ତ ଏହାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସିଷ୍ଟାଣ୍ଟ ଗାର୍ଡଙ୍କୁ ଆସିଷ୍ଟାଣ୍ଟ ପାସେଞ୍ଜର ଟ୍ରେନ ମ୍ୟାନେଜର, ଗୁଡସ୍ ଗାର୍ଡଙ୍କୁ ଗୁଡସ୍ ଟ୍ରେନ୍ ମ୍ୟାନେଜର କୁହାଯିବ । ସିନିଅର ଗୁଡସ୍ ଗାର୍ଡଙ୍କୁ ସିନିଅର ଗୁଡସ୍ ଟ୍ରେନ ମ୍ୟାନେଜର ବୋଲି ସମ୍ବୋଧନ କରାଯିବ ବୋଲି ଭାରତୀୟ ରେଳବାଇ ନିଷ୍ପତ୍ତି ନେଇଛି ।