ଇଲେକ୍ଟ୍ରିକ କାର୍ ଲଞ୍ଚ୍ କରିବ ଟାଟା ମୋଟର୍ସ

ଲଗାତାର ଟାଟା ମୋଟର୍ସ ଇଲେକ୍ଟ୍ରିକ୍ ଯାନ ଉପରେ ଫୋକସ କରୁଛି । କମ୍ପାନିର ପୋର୍ଟଫୋଲିଓରେ ପୂର୍ବରୁ ୪ଟି ଇଲେକ୍ଟ୍ରିକ୍ କାର୍ ଥିବା ବେଳେ ଏବେ କମ୍ପାନି ଆଉ ଏକ ଇଲେକ୍ଟ୍ରିକ୍ କାର୍ ଆଣିବାକୁ ପ୍ରସ୍ତୁତି ଚଳାଇଛି। ଏହାର ନାମ ରହିଛି କର୍ଭ ।  ଟାଟା ମୋଟର୍ସ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଟିଜର ଭିଡିଓ ସେୟାର କରିଛି । ଏହି ଭିଡିଓକୁ ପୋଷ୍ଟ କରି କମ୍ପାନୀ କହିଛି ଯେ ଏହି କାରକୁ ଖୁବଶୀଘ୍ର ଭାରତୀୟ ବଜାରରେ ଲଞ୍ଚ କରାଯିବ । ସୂଚନାଯୋଗ୍ୟ, ବର୍ଷ ଆରମ୍ଭରେ ଅଟୋ ଏକ୍ସପୋରେ ଏହାର ଆଇସିଇ ଭାରିଏଣ୍ଟକୁ ଉନ୍ମୋଚନ କରାଯାଇଥିଲା। କିନ୍ତୁ ଏବେ କମ୍ପାନୀ ବଜାରରେ ଏହି କାରକୁ ଲଞ୍ଚ କରିବା ପାଇଁ ପ୍ରସ୍ତୁତି ଚଳାଇଛି ।