Browsing Tag

#india

ମାତ୍ର 95 ଟଙ୍କାରେ ଦେଖିହେବ ପୁଷ୍ପା 2 ଦି ରୁଲ

ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଅଲୁ ଅର୍ଜୁନଙ୍କ 'ପୁଷ୍ପା-୨ ଦି ରୁଲ୍‌' । ଗତ ୩ ବର୍ଷ ଧରି ଏହି ଚଳଚ୍ଚିତ୍ରକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଚଳଚ୍ଚିତ୍ରର ଆଡଭାନ୍ସ ବୁକିଂରୁ ହିଁ ଚଳଚ୍ଚିତ୍ରର କ୍ରେଜ କେତେ ରହିଛି ଜଣାପଡ଼ୁଛି । ସୁକୁମାରଙ୍କ…

ଡିସେମ୍ବର ପହିଲାରୁ ଖାଉଟିଙ୍କ ଉପରେ ପୁଣି ମହଙ୍ଗା ମାଡ଼

ଡିସେମ୍ବର ପହିଲାରୁ ଖାଉଟିଙ୍କ ଉପରେ ପୁଣି ମହଙ୍ଗା ମାଡ଼ ହୋଇଛି। କ୍ରମାଗତ ୫ ମାସ ଧରି ବାଣିଜ୍ୟିକ  ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପାଇଛି। ତେବେ ଘରୋଇ ସିଲିଣ୍ଡର ମୂଲ୍ୟ ସ୍ଥିର ରହିଛି। ଏଥିରେ କୌଣସି ପରିବର୍ତ୍ତନ ହୋଇ ନାହିଁ।  ତୈଳ ମାର୍କେଟିଂ କମ୍ପାନୀଗୁଡିକର ୱେବସାଇଟ୍ ଅନୁଯାୟୀ…

ଗୋଟିଏ ପରିବାରରେ ଅତି କମରେ ୩ ଟି ସନ୍ତାନ ହେବା ଉଚିତ – ମୋହନ ଭାଗବତ

ସାରା ଦେଶରେ ଜନଗଣନା, ଜାତିଗତ ଜନଗଣନାକୁ ନେଇ ବିରୋଧୀ ସବୁବେଳେ ପ୍ରସଙ୍ଗ କରି ଆସୁଛନ୍ତି, ଏବେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଏହି ଜନସଂଖ୍ୟାକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଗୋଟିଏ ପରିବାରରେ ଅତି କମରେ ୩ ଟି ସନ୍ତାନ ହେବା ଉଚିତ । ନାଗପୁରରେ…

ଦାରିଙ୍ଗବାଡ଼ିଠାରେ ଖୋଲିଲା ଚତୁର୍ଥ ଥର ପାଇଁ ଇକୋ ରିଟ୍ରିଟ୍‌

କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଚତୁର୍ଥ ଥର ପାଇଁ ଇକୋ ରିଟ୍ରିଟ୍‌ ରବିବାର ଖୋଲିଛି। ଇକୋ ରିଟ୍ରିଟ୍‌ର ଅଧ୍ୟକ୍ଷ ତଥା ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟତମ…

ନିର୍ବାଚନରେ ଆମ୍ ଆଦମୀ ପାର୍ଟି କାହା ସହ ମେଣ୍ଟ କରିବ ନାହିଁ

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଡ ବୟାନ । ଆମ୍ ଆଦମୀ ପାର୍ଟିର ଆବାହକ ଅରବିନ୍ଦ କେଜ୍ରିଓ୍ଵାଲ ଏକ ବଡ଼ ବୟାନ ଦେଇଛନ୍ତି । ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟି କାହା ସହ ମେଣ୍ଟ କରିବ ନାହିଁ । ତେବେ ଆପ୍ ଜାତୀୟ ସ୍ତରରେ…

ଆସନ୍ତା 5ରେ ମହାରାଷ୍ଟ୍ରରେ ଶପଥ ଗ୍ରହଣ ସମାରୋହ

ମୁମ୍ବାଇର ଆଜାଦ ମୈଦାନରେ ଶପଥ ଗ୍ରହଣ ସମାରୋହ ହେବ । ଏନେଇ ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରଶେଖର ବାଓ୍ବନକୁଲେ ସୂଚନା ଦେଇଛନ୍ତି । ସେପଟେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଲାଗି ରହିଛି ସସପେନସ । ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନବୀସ ଦୌଡରେ…

ଦେଶର ବରିଷ୍ଟ ନାଗରିକଙ୍କ ପାଇଁ ଆୟୁଷ୍ମାନ ବୟ ବନ୍ଦନା କାର୍ଡ

ଦେଶର ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତି ମାନଙ୍କୁ ମିଳିବ ଆୟୁଷ୍ମାନ ବୟ ବନ୍ଦନା କାର୍ଡ । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧିନରେ ବରିଷ୍ଟ ନାଗରିକଙ୍କ ପାଇଁ ୩,୪୩୭ କୋଟି ଟଙ୍କା ବ୍ୟୟରେ ଆୟୁଷ୍ମାନ ବୟ ବନ୍ଦନା କାର୍ଡ ପ୍ରସ୍ତୁତ ହୋଇସାରିଛି ।୨୫ ନଭେମ୍ବର ସୁଦ୍ଧା ୧୪…

ପଶ୍ଚିମବଙ୍ଗରୁ ଆଉ ଓଡ଼ିଶା ଆସିବ ନାହିଁ ଆଳୁ , ଆମେ ମାଗି ଖିଆ ନୁହଁ

ପଶ୍ଚିମବଙ୍ଗରୁ ଆଉ ଓଡ଼ିଶା ଆସିବ ନାହିଁ ଆଳୁ। ଓଡ଼ିଶା ପଶ୍ଚିମବଙ୍ଗରୁ ଆଉ ଆଳୁ ମାଗିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ର। ମନ୍ତ୍ରୀ କହିଛନ୍ତି, ଆମେ ମାଗି ଖିଆ ନୁହଁ, ପଶ୍ଚିମବଙ୍ଗରେ କେବଳ ଆଳୁ ନାହିଁ । ଉତ୍ତର ପ୍ରଦେଶରୁ ଆଜି ଆଳୁ ଆସିଛି । ବଜାରରେ ପର୍ୟ୍ୟାପ୍ତ…

ଆତଙ୍କବାଦୀ ଗୁରୁପତୱନ୍ତ୍ ସିଂ ପନ୍ନୁ ନାମରେ ଏକ ଧମକପୂର୍ଣ୍ଣ ଇମେଲ ,ଅନ୍ୟପଟେ ଭୁବନେଶ୍ବର ବିମାନବନ୍ଦରରୁ ଏକ ଅଜଣା…

ଦେଶର ନିରାପତ୍ତା ପାଇଁ ଗୁରୁତ୍ବପୂର୍ଣ୍ଣ ଡିଜି-ଆଇଜିପି ସମ୍ମିଳନୀ ଭୁବନେଶ୍ବରର ଲୋକସେବା ଭବନରେ ଚାଲିଥିବା ବେଳେ ଏବେ ଭୁବନେଶ୍ବର ବିମାନବନ୍ଦରରୁ ଏକ ଅଜଣା ବ୍ୟାଗ୍ ଜବତ କରାଯାଇଛି। ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ୍ ସିଂ ପନ୍ନୁ ନାମରେ ଏକ ଧମକପୂର୍ଣ୍ଣ ଇମେଲ ଆସିବା ପରେ ଅଜଣା…

ବଢିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ

ଏଣିକି ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନରେ ଖର୍ଚ୍ଚ ହେବ ୭ଟଙ୍କା ୬୪ ପଇସା । ପୂର୍ବରୁ ୫ ଟଙ୍କା ୯୦ ପଇସା ଥିଲା । ସେହିପରି ଉଚ୍ଚ ପ୍ରାଥମିକ ପିଲାଙ୍କ ପାଇଁ ଖର୍ଚ୍ଚ ହେବ ୧୦ ଟଙ୍କା ୯୪ ପଇସା । ପୂର୍ବର୍ରୁ ଏହା ୮ଟଙ୍କା ୮୨ ପଇସା । ତେବେ ନୂଅ ବିଜେପି ସରକାର ଆସିବା ପରେ…