ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିବାରୁ ଭାରତୀୟ ଷ୍ଟକ୍ ଏକ୍ସଚେଞ୍ଜ ଏକ ଐତିହାସିକ ସଫଳତା (ସର୍ବୋଚ୍ଚ ସ୍ତରର କାରବାର) ସହ ନୂତନ ରେକର୍ଡ ହାସଲ କରିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ଏବଂ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ମଧ୍ୟ ନୂତନ ରେକର୍ଡ ସହ ସର୍ବୋଚ୍ଚସ୍ତରରେ ପହଞ୍ଚତ୍ଛି। ବିଶେଷକରି ୩୦ ଶେୟାର ବିଶିଷ୍ଟ ବିଏସ୍ଇ ସେନ୍ସେକ୍ସ ଅଲ ଟାଇମ ହାଇ ବା ସର୍ବୋଚ୍ଚ ସ୍ତର ୮୧,୦୦୦ ଅଙ୍କ ଉପରେ ପହଞ୍ଚତ୍ଥିଲାବେଳେ ଏନ୍ଏସ୍ଇ ନିଫି୍ଟ ମଧ୍ୟ ୨୫, ୦୦୦ ଅଙ୍କର ନିକଟବର୍ତ୍ତୀ ହୋଇଛି।ଉଲ୍ଲେଖଯୋଗ୍ୟ, ଘରୋଇ ଶେୟାର ବଜାର କାରବାରରେ ଉଭୟ ଏନ୍ଏସ୍ଇ ଓ ବିଏସ୍ଇ ପ୍ରାରମ୍ଭରୁ ଲାଭରେ ଚାଲିଥିଲାବେଳେ ଶେଷ ବେଳକୁ କାରବାର କିଛି ପରିମାଣରେ ହ୍ରାସ ପାଇଥିଲା। ଏପରିକି ବିଏସ୍ଇ ସେନ୍ସେକ୍ସ କାରବାର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁଜ ସ୍ତରରେ ରହିଥିଲା। ଏପରିକି ୮୦, ୭୦୦ ଅଙ୍କରୁ କାରବାର ଆରମ୍ଭ ହୋଇଥିଲାବେଳେ ସେନ୍ସେକ୍ସ ଅଲ୍ ଟାଇମ ହାଇ ୮୧,୫୨୨ ଅଙ୍କରେ ପହଞ୍ଚତ୍ଥିଲା। ବୁଧବାର ବଜାର କାରବାର ଶେଷ ସୁଦ୍ଧା ବିଏସ୍ଇ ସେନ୍ସେକ୍ସ ୮୧, ୩୪୩.୪୬ ଅଙ୍କରେ ବନ୍ଦ ହୋଇଥିଲା। ସେହିପରି ଏନ୍ଏସ୍ଇ ନିଫ୍ଟି୫୦ର କାରବାର ମଧ୍ୟ ପ୍ରାରମ୍ଭରେ ସର୍ବୋଚ୍ଚ ୨୪,୯୦୦ ଅଙ୍କ ଛୁଲଁଥିଲାବେଳେ ଶେଷ ବେଳକୁ ଏହା ୨୪, ୮୦୦.୮୫ ଅଙ୍କରେ କାରବାର ବନ୍ଦ କରିଥିଲା।ଅପରପକ୍ଷରେ ବିଏସ୍ଇ ସେନ୍ସେକ୍ସର କାରବାର ୦.୭୮% ବୃଦ୍ଧି ଘଟିଥିବାବେଳେ ଏନ୍ଏସ୍ଇ ନିଫ୍ଟି ୫୦ର କାରବାର ମଧ୍ୟ ୦. ୭୬% ବୃଦ୍ଧି ହୋଇଛି। ଏପରିକି ବିଏସ୍ଇ ସ୍ମଲକ୍ୟାପ ଏବଂ ବିଏସ୍ଇ ମିଡ୍କ୍ୟାପ କାରବାର ବୃଦ୍ଧି ପାଇଥିଲା। ନିଫ୍ଟି ମିଡ୍କ୍ୟାପର କାରବାର ୫୫୨. ୯୦ ପଏଣ୍ଟ ବା ୦.୯୬% ହ୍ରାସ ପାଇଥିଲାବେଳେ ନିଫ୍ଟି ସ୍ମଲକ୍ୟାପର କାରବାର ୭୫.୨୫ ପଏଣ୍ଟ ବା ୦. ୮୫% କମିଥିଲା। ଏପରିକି ନିଫ୍ଟି ବ୍ୟାଙ୍କିଙ୍ଗ୍ (ବ୍ୟାଙ୍କ) ର କାରବାର ସର୍ବୋଚ୍ଚ ସ୍ତର ଛୁଇଁଥିଲାବେଳେ କାରବାର ଶେଷ ସୁଦ୍ଧା ୨୨୩. ୯୦ ପଏଣ୍ଟ ବା ୦.୪୩% ବୃଦ୍ଧି ପାଇ ୫୨,୬୨୦.୭୦ ଅଙ୍କରେ କାରବାର ବନ୍ଦ କରିଥିଲା ବୋଲି ଶେୟାର ବଜାର ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post