ଗଲା କିଛି ଦିନ ହେବ ଭାରତୀୟ ଶେୟାର ବଜାରରେ ଉତ୍ସାହ ଲାଗି ରହିଥିଲା ବେଳେ ସେନସେକ୍ସ ପ୍ରଥମ ଥର ପାଇଁ ୮୦,୦୦୦ ହଜାର ପଏଣ୍ଟ ଅତିକ୍ରମ କରିଛି। ନିଫ୍ଟି ୫୦ ମଧ୍ୟ ଐତିହାସିକ ୨୪,୦୦୦ ପଏଣ୍ଟ ଅତିକ୍ରମ କରିଛି। ଏହାରି ମଧ୍ୟରେ ଭାରତର ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼ ସେବି;କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।ନୂତନ ସିକ୍ୟୁରିଟି ଏପିଲେଟ ଟ୍ରବ୍ୟୁନାଲ(ଏସଏଟି) ପରିସରକୁ ଉଦ୍ଘାଟନ କରି, ପ୍ରଧାନ ବିଚାରପତି ଅଧିକ ପରିମାଣର କାରବାର ଏବଂ ନୂତନ ନିୟମାବଳୀ ହେତୁ ଅଧିକ କାର୍ଯ୍ୟଭାରକୁ ଦୃଷ୍ଟିରେ ରଖି ଏସଏଟି ର ନୂତନ ବେଞ୍ଚ ଖୋଲିବାକୁ ଅଧିକାରୀଙ୍କ ଉପରେ ବିଚାର କରିଥିଲେ।ବମ୍ବେ ଷ୍ଟକ୍ ସେନସେକ୍ସ ପ୍ରଥମ ଥର ପାଇଁ ୮୦,୦୦୦ ହଜାର ପଏଣ୍ଟ ଅତିକ୍ରମ କରିବାକୁ ଖବରକୁ ଉଲ୍ଲେଖ କରି ସେ କହିଛନ୍ତି, ଯେଉଁଠାରେ ଭାରତ ଏକ “ଷ୍ଟ୍ରାଟୋସଫେରିକ୍ ଡୋମେନ୍” ପ୍ରବେଶ କରୁଛି, ଏପରି ସ୍ଥଳେ ନିୟାମକ କର୍ତ୍ତୃପକ୍ଷଙ୍କ ଆବଶ୍ୟକ ସତର୍କତା ଉପରେ ଗୁରୁତ୍ୱାରୋପ କରିଛି।
Trending
- ୮୪ତମ ରୋଡ କଂଗ୍ରେସ ସମାବେଶ ଉଦ୍ଘାଟିତ,କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି
- ଛାଡ଼ଖାଇ ପାଇଁ ଆଜି ସାରା ରାଜ୍ୟର ଆମିଷ ବଜାରରେ ପ୍ରବଳ ଭିଡ଼,ମଟନ ଓ ଚିକେନ୍ ଅପେକ୍ଷା ମାଛର ଚାହିଦା ବେଶି
- ଆଜି ଚତୁର୍ଥ ଦିନରେ ଉତ୍କଳ ବିଲ୍ଡର୍ସରେ ଚଢ଼ାଉ,ସଂସ୍ଥାର ମାଲିକ ସମତେ ଆକାଉଣ୍ଟାଣ୍ଟ୍ଙ୍କୁ ମାରାଥନ ଜେରା
- ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଲୋକସେବା ଭବନରେ ‘ବନ୍ଦେ ମାତରମ୍’ ଗାନ ମୁଖ୍ୟମନ୍ତ୍ରୀ
- ଜେଏନୟୁରେ ଛାତ୍ରସଂଘ ନିର୍ବାଚନରେ ବାଜିମାତ କଲା ବାମ ଦଳ ସମର୍ଥିତ ଛାତ୍ର ସଙ୍ଗଠନ
- ବିହାର ରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ , ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୧୩ ପ୍ରତିଶତ ଭୋଟର ମତଦାନ ରେକର୍ଡ
- ନବୀନଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବିହାର ବିଧାନସଭା ନିର୍ବାଚନ , ଦିନ ୧୦ଟା ସୁଦ୍ଧା ୧୩.୧୩% ମତଦାନ
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
Prev Post
Next Post