ଗତ ସପ୍ତାହରେ ଲଗାତର ୧୧ ଦିନ ସେନସେକ୍ସ ବଜାରରେ କାରବାର ତୋଫାନ ପରି ଆଗକୁ ବଢି ଚାଲିଥିଲା । କିନ୍ତୁ ଚଳିତ ସପ୍ତାହରେ ବଜାରରେ ହାହାକାର ସୃଷ୍ଟି ହୋଇଛି । ୩ ଟି କାର୍ଯ୍ୟଦିବସରେ କାରବାର ୧୬୦୦ଅଙ୍କ ତଳକୁ ଖସି ଆସିଛି । ଏହି କାରଣରୁ ଦଲାଲ ଷ୍ଟ୍ରୀଟ୍ ନିବେଶକ ପ୍ରାୟ ୫.୪ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି ।ସୋମବାର ସେନସେକ୍ସ ୨୪୨ ଅଙ୍କ, ବୁଧବାର ୭୯୬ ଅଙ୍କ ଓ ଗୁରୁବାର ୫୭୦ ଅଙ୍କରୁ ଅଧିକ ଖସି ଆସିଛି । ଫଳରେ ଚଳିତ ସପ୍ତାହରେ ମୋଟ କ୍ଷତି ୧୬୦୮ ଅଙ୍କ ହୋଇଛି । ଗଣେଶ ଚତୁର୍ଥୀ କାରଣରୁ ମଙ୍ଗଳବାର ବଜାର ବନ୍ଦ ଥିଲା । ଏହାରି ମଧ୍ୟରେ ବିଏସଇରେ ତାଲିକାବଦ୍ଧ ସମସ୍ତ କମ୍ପାନୀର ମାର୍କେଟ କ୍ୟାପିଟାଲ ମଧ୍ୟ ହ୍ରାସ ପାଇ ୩୧୮ କୋଟି ଟଙ୍କା ହୋଇଯାଇଛି । ଏହି କ୍ରମରେ ଆସନ୍ତୁ ଜାଣିବା ସେନସେକ୍ସ ବଜାରରେ ଏହି ହାହାକାରର କାରଣ କ’ଣ ?ବଜାରରେ କାରବାର ହ୍ରାସର ସବୁଠାରୁ ପ୍ରମୁଖ କାରଣ ଆମେରିକା ଫେଡେରାଲ ରିଜର୍ଭର ସଂକେତ । ଯଦିଓ ଫେଡେରାଲ ରିଜର୍ଭ ସୁଧ ହାର ବୃଦ୍ଧିର ବିକଳ୍ପ ଚୟନ କରିନାହିଁ ତଥାପି ଚଳିତ ବର୍ଷ ଏହା ଆଉ ଏକ ବୃଦ୍ଧିର ସୂଚନା ଦେଇଛି । ଏହାକୁ ଲକ୍ଷ୍ୟ କରି ନିବେଶକ ମାନ୍ଦାବସ୍ଥାର ଆଶଙ୍କା କରି ବଜାର ପ୍ରତି ଆଶା ହରାଇଛନ୍ତି । ଏବେ ଆମେରିକାରେ ମୁଦ୍ରାସ୍ଫୀତି ବହୁତ ଉଚ୍ଚରେ ରହିଛି । ଏହାକୁ ନିୟନ୍ତ୍ରଣ କରିବା ଲାଗି ଫେଡ୍ ରିଜର୍ଭ ଲଗାତର ସୁଧ ହାର ବୃଦ୍ଧି କରୁଛି । ଏହାଦ୍ୱାରା ଅର୍ଥନୀତିରେ ମାନ୍ଦାବସ୍ଥା ପରିଲକ୍ଷିତ ହୋଇଛି ।
Trending
- ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର: ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ
- ପୋଲିସ ଏସ୍ଆଇ ନିଯୁକ୍ତି ଘଟଣା: ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କ’ଣ ଦରକାର ପଡ଼ିଲେ ଏନ୍ଆଇଏ ତଦନ୍ତ ହେବ
- କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ
- ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ
- କଟକ ସହରରେ ସ୍ଥିତି ନିୟନ୍ତ୍ରଣ : ଇଣ୍ଟରନେଟ୍ ବନ୍ଦ
- କାଶ ସିରପର ଗୁଣବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
- ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ
- ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି
- ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ
- ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଆଜି
Prev Post