ଭାରତୀୟ ଷ୍ଟକ ବଜାର ରେ ବୃଦ୍ଧି ଘଟିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ସେନସେକ୍ସ ଆଜି ୦.୦୬ ପ୍ରତିଶତ ବା ୫୧.୬୯ ପଏଣ୍ଟ ବୃଦ୍ଧି ସହ ୮୦,୭୧୬ରେ ବନ୍ଦ ହୋଇଛି। ଆଜି କାରବାର ସମୟରେ ସେନସେକ୍ସ ୮୦,୮୯୮.୩୦ ପଏଣ୍ଟର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ବଜାର ବନ୍ଦ ହେବା ବେଳକୁ ସେନସେକ୍ସର ୩୦ଟି ଷ୍ଟକ ମଧ୍ୟରୁ ୧୮ଟି ବଜାର ସବୁଜ ସଙ୍କେତରେ ବନ୍ଦ ହୋଇଥିବା ବେଳେ ୧୨ଟି ସେୟାର ହ୍ରାସ ପାଇଥିଲା। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ନିଫ୍ଟି ଆଜି ୦.୧୧ ପ୍ରତିଶତ ବା ୨୬.୩୦ ପଏଣ୍ଟ ବୃଦ୍ଧି ସହ ୨୪,୬୧୩ରେ ବନ୍ଦ ହୋଇଛି। ନିଫ୍ଟି ମଧ୍ୟ ଆଜି ୨୪,୬୬୧.୨୫ ପଏଣ୍ଟର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ବଜାର ବନ୍ଦ ହେବା ବେଳକୁ ନିଫ୍ଟିର ୫୦ଟି ଷ୍ଟକ ମଧ୍ୟରୁ ୨୮ଟି ସବୁଜ ରଙ୍ଗରେ ଥିବା ବେଳେ ୨୨ଟି ଷ୍ଟକ ରେଡ୍ ମାର୍କରେ ଥିଲା। ଗତକାଲି ଅର୍ଥାତ୍ ସୋମବାର ମଧ୍ୟ ସେନସେକ୍ସ ଓ ନିଫଟି ଐତିହାସିକ ଉଚ୍ଚତା ସହ ବନ୍ଦ ହୋଇଥିଲା ।
Trending
- ‘ୟୁନିଟ୍-୧’ ହାଟ ରେ ଭୟାବହ ଅଗ୍ନିକାଣ୍ଡ
- ପୀତବାସ ପଣ୍ଡା ହତ୍ୟା, ହୋଇଥିଲା ୫୦ ଲକ୍ଷ ଟଙ୍କାର ଡିଲ୍
- ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡ଼ି ନେତା ବିକ୍ରମ ପଣ୍ଡା ଗିରଫ
- ପୀତବାସ ହତ୍ୟା ମାମଲା,ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୁଲିସ
- ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ଆର୍ଥିକ ଅନଗ୍ରସର ତଥା ନିମ୍ନ ଆୟବର୍ଗମାନଙ୍କ ପାଇଁ ସୁରକ୍ଷିତ ଓ ସ୍ଥାୟୀ ଆଶ୍ରୟସ୍ଥଳ ସୁନିଶ୍ଚିତ ହେଉଛି
- ଧୂଆଁମୟ ଦିଲ୍ଲୀର ଆକାଶ
- INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ସୈନିକମାନଙ୍କ ସହ ପାଳିଲେ ଦୀପାବଳି ଉତ୍ସବ
- ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ
- ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
- ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍ଟ୍ୟାଗ ବାର୍ଷିକ ପାସ୍
Prev Post
Next Post