ହୋଟେଲ ପବ୍ ବାହାରେ ଜଗିବ ଟିମ
ଆଜି ନୂଆବର୍ଷ । ମଦୁଆଙ୍କ ଉତ୍ପାତ ପାଇଁ ମାନ୍ଦା ନହେଉ ନୂଆବର୍ଷ ସେଲିବ୍ରେସନ। ଏଥିପାଇଁ ବାରମ୍ବାର ସଚେତନତା ପରେ ମଧ୍ୟ ଅମାନିଆଙ୍କ ପାଇଁ ଆକ୍ସନ ମୋଡ଼କୁ ଆସିଛି ପୋଲିସ । ୨୯ ଟି ସ୍ଥାନରେ ହୋଇଛି ନାକାବନ୍ଦୀ ସାଙ୍ଗକୁ ବ୍ରେଥ ଆନାଲାଇଜରରେ କଡା ଚେକିଂ । ଏଥିପାଇଁ ୩୦ ଟି ବ୍ରେଥ ଆନାଲାଇଜର ଏକାଠି କରିଛି ଭୁବନେଶ୍ୱର ପୋଲିସ। ଥାନା ରେ କାର୍ଯ୍ୟରତ ପୋଲିସଙ୍କ ସହ ଅତିରିକ୍ତ ୧୮ ପ୍ଲାଟୁନ ଫୋର୍ସ ସାରା ସହର ଜଗିବେ। ମହିଳାଙ୍କୁ କମେଣ୍ଟ ମାରୁଥିବା ରୋଡ଼ ରୋମିଓଙ୍କୁ ଜଗିବା ପାଇଁ ସାଦା ପୋଷାକରେ ମୁତୟନ ହେବ ହର୍ ଟିମ । ଗଳି କନ୍ଦିରେ ବୁଲିବ କୁଇକ୍ ରିଆକ୍ସନ ଟିମ୍ ବୋଲି ଚେତାବନୀ ଦେଇଛନ୍ତି ପୋଲିସ କମିଶନର ।