ସୁଭଦ୍ରା’ ଯୋଜନା 

ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ସ୍ବାବଳମ୍ବୀ କରିବା ପାଇଁ ଏକ ବୃହତ୍‌ ପଦକ୍ଷେପ ନେଇଛନ୍ତି। ଏଥି ପାଇଁ ଗତ ସେପ୍ଟେମ୍ବର ୧୭ ତାରିଖ ଠାରୁ ସହାୟତା ପ୍ରଦାନ କରି ଆସୁଛନ୍ତି। ବର୍ଷକୁ ୫ ହଜାର ଟଙ୍କା ଲେଖାଏଁ ୨ଟି କିସ୍ତିରେ ହିତାଧିକାରୀଙ୍କୁ ୧୦ ହଜାର ଟଙ୍କା ମିଳିବ। ଆସନ୍ତା ମାର୍ଚ୍ଚ ୮ ତାରିଖ ସୁଦ୍ଧା ପ୍ରଥମ କିସ୍ତିର ଟଙ୍କା ମିଳିବ।। ଅକ୍ଟୋବର ୯ ତାରିଖ ସୁଦ୍ଧା ଦୁଇଟି ପର୍ଯ୍ୟାୟରେ ପ୍ରଥମ କିସ୍ତି ସହାୟତା ରାଶି ପ୍ରଦାନ କରିଛନ୍ତି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟକୁ ମିଶାଇ ସମୁଦାୟ ୬୦ ଲକ୍ଷରୁ ଅଧିକ ମହିଳାଙ୍କୁ ‘ସୁଭଦ୍ରା’ ସହାୟତା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୩ ହଜାର କୋଟି ଟଙ୍କାର ସହାୟତା ଦେଇଥିବା ନେଇ ସରକାର କହୁଛନ୍ତି। ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ୨୦୨୪ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ୧ କୋଟି ୬୦ ଲକ୍ଷ ଫର୍ମ ଆବଣ୍ଟିତ ହୋଇଛି। ଏଥିରୁ ଏପର୍ଯ୍ୟନ୍ତ ୧ କୋଟି ୩୦ ହଜାରରୁ ଊର୍ଦ୍ଧ୍ବ ମହିଳା ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିଛନ୍ତି। ସରକାରଙ୍କ କହିବା ମୁତାବକ ୬୦ ଲକ୍ଷ ହିତାଧିକାରୀଙ୍କୁ ଏହି ଯୋଜନା ମାଧ୍ୟମରେ ସହାୟତା ମିଳିଛି।