ରାଜ୍ୟରେ ୧୦ ଡିଗ୍ରୀ ତଳେ ରହିଛି ୧୦ ସହର
ମେଟ୍ରୋ ଟିଭି ଓଡିଶା,୩୦/୧ : ନୂଆବର୍ଷର ମାସ ଶେଷରେ ଥରାଉଛି ହାଡଭଙ୍ଗା ଶୀତ । ଆହୁରି ୨୪ଘଣ୍ଟା ଶୀତ ଲହରୀ ଲାଗିରହିବ। ୧୦ ଡିଗ୍ରୀ ସେଲସିୟସ ତଳେ ୧୦ ସହରର ରାତି ତାପମାତ୍ରା ରହିଛି । ପଶ୍ଚିମାଝଡ଼ ପ୍ରଭାବ କମିବା ସହ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ୩ରୁ ୫ ଡିଗ୍ରୀ ସେଲସିୟସ ଯାଏ ହ୍ରାସ ପାଇଛି ସର୍ବନିମ୍ନ ତାପମାତ୍ରା ।
ସୂଚନା ଅନୁସାରେ, ଆଜି ପାଇଁ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ଏପଟେ ଆସନ୍ତାକାଲିଠୁ ବଢ଼ିବ ରାତି ତାପମାତ୍ରା । କମିବ ଶୀତ । ଆସନ୍ତା ୨ ଦିନ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଶୀତ ଲହରୀ ସମ୍ଭାବନା ରହିଛି । ଏହାର ପରବର୍ତ୍ତୀ ତିନି ଦିନ ଯାଏ ସର୍ବନିମ୍ନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ସେଲସିୟସ ଯାଏ ବୃଦ୍ଧି ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଆଗାମୀ ଦୁଇ ଦିନ ଯାଏ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ରାତ୍ରି ତାପମାତ୍ରା ସ୍ୱାଭାବିକଠୁ ୩ରୁ ୫ ଡିଗ୍ରୀ ସେଲସିୟସ କମ୍ ରହିବାର ସମ୍ଭାବନା ରହିଛି ।