ମୁଖ୍ୟମନ୍ତ୍ରୀ ଙ୍କ ବଡ଼ ଘୋଷଣା
ରାଜ୍ୟରେ ଖୁବଶୀଘ୍ର ଲାଗୁହେବ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ରାଜ୍ୟରେ ୭୦ ବର୍ଷରୁ ଅଧିକ ନାଗରିକଙ୍କୁ ବି ଆୟୁଷ୍ମାନ ଯୋଜନାରେ ସାମିଲ କରିବାକୁ ଚାଲିଛି ପ୍ରସ୍ତୁତି।ଆୟୁଷ୍ମାନରେ ୬୭ ଲକ୍ଷ ପରିବାର ଲାଭ ପାଇବେ। ଏବଂ ବାକି ପରିବାରକୁ ଗୋପବନ୍ଧୁ ଯୋଜନାରେ ଯୋଡାଯିବ। ତେବେ କାର୍ଡ ପାଇବାରେ ଲୋକଙ୍କ ଯେପରି ଅସୁବିଧା ନହେବ ସେଥିପ୍ରତି ପଦକ୍ଷେପ ନିଆଯାଉଥିବା କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।୭୦ ବର୍ଷରୁ ଅଧିକ ସବୁ ନାଗରିକଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରିବାକୁ କିଛି ଦିନ ପୂର୍ବରୁ ନିଷ୍ପତ୍ତି ନେଇଥିଲେ ମୋଦି ସରକାର। ଯେଉଁଥିରେ ବରିଷ୍ଠ ନାଗରିକଙ୍କ ଆୟକୁ ନେଇ କୌଣସି ପ୍ରତିବନ୍ଧକ ରଖିନାହାନ୍ତି ସରକାର। ଫଳରେ ଦେଶର ୬ କୋଟି ବରିଷ୍ଠ ନାଗରିକ ଉପକୃତ ହେବେ ବୋଲି କହିଥିଲା କେନ୍ଦ୍ର । ଯୋଜନାରେ ସମସ୍ତ ବରିଷ୍ଠ ନାଗରିକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ। ସେହିକ୍ରମରେ ରାଜ୍ୟରେ ୭୦ ବର୍ଷରୁ ଅଧିକ ବୟସ୍କ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବେ। ତେଣୁ କାର୍ଡ ପାଇବାରେ ଲୋକେ ଯେପରି କୌଣସି ଅସୁବିଧା ନଭୋଗିବେ ସେଥିପ୍ରତି ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ଏବଂ ପର୍ଯ୍ୟାୟ କ୍ରମେ କେନ୍ଦ୍ର କାର୍ଡରେ ଅଧିକ ସୁବିଧା ଉପଲବ୍ଧ କରାଯାଇ ପାରିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।