ମାଓ ଦମନ ରଣନୀତି ନେଇ ଆଜି ଉଚ୍ଚସ୍ତରୀୟ ବୈଠକ

ମାଓ ଦମନ ରଣନୀତି ନେଇ ଆଜି ଉଚ୍ଚସ୍ତରୀୟ ବୈଠକ । ଦିଲ୍ଲୀ ବିଜ୍ଞାନଭବନରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ନକ୍ସଲ ପ୍ରଭାବିତ ୮ଟି ଜିଲ୍ଲାର ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଓ ଡିଜିପି ଯୋଗ ଦେବେ ।  ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ତେଲଙ୍ଗାନା, ମହାରାଷ୍ଟ୍ର, ଓଡ଼ିଶା ଓ ମଧ୍ୟପ୍ରଦେଶର ମୁଖ୍ଯମନ୍ତ୍ରୀ ଯୋଗ ଦେବେ  ।ଡେପୁଟି ଏନଏସଏ, କେନ୍ଦ୍ର ଓ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସର ଅଧିକାରୀ ମଧ୍ୟ ଯୋଗ ଦେବା ଜଣାପଡ଼ିଛି । ଛତିଶଗଡ଼ର ଅବୁଝମାଡ଼ ଜଙ୍ଗଲରେ ୩୧ ମାଓବାଦୀଙ୍କ ନିପାତ ପରେ ନକ୍ସଲ ବିରୋଧୀ ବୈଠକକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି । ଛତିଶଗଡ଼ର ୨୪ ବର୍ଷର ଇତିହାସରେ ଏହା ସର୍ବବୃହତ ଏକକ ବଡ଼ ଏନକାଉଣ୍ଟର ବୋଲି କୁହାଯାଇଛି । ‘ ବାମପନ୍ଥୀ ନକ୍ସଲବାଦ ବିରୋଧରେ କେନ୍ଦ୍ର ସରକାର କଠୋର ଆଭିମୂଖ୍ୟ ଗ୍ରହଣ କରିଛନ୍ତି ।