ଭାଙ୍ଗିଯିବ କି ବିଜେଡି ?
ବିଜେଡି ଦଳରେ ଏବେ ଗୋଷ୍ଠୀ କନ୍ଦଳ । ମନ୍ମଥ ରାଉତରାୟ, ଶ୍ରୀମୟୀ ମିଶ୍ରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସମ୍ମାନ ହାନି ହୋଇଥିବା ଦୁଇ ପକ୍ଷ ଅଭିଯୋଗ କରାଯାଇଛି । ଚାରି ମାସ ପୂର୍ବରୁ ଯେଉଁ ବିଜେଡିକୁ ଶୃଂଖଳିତ ଦଳ ବୋଲି କୁହାଯାଉଥିଲା, ଏବେ ସେହି ଦଳରେ ବିଶୃଙ୍ଖଳା ଚରମ ସୀମାରେ ପହଁଚିଛି । ଶଂଖଭବନରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାରୁ ସବୁଠି ଗୋଷ୍ଠୀ କନ୍ଦଳର ଚିତ୍ର ଆସିବାରେ ଲାଗିଛି । ଭୁବନେଶ୍ୱରରେ ବିଜେଡି କଳି ହାଟରେ ପଡି ଦାଣ୍ଡରେ ଗଡୁଛି । ଯାହାକି ଦଳର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
