ବ୍ଲକରେ ସାମ୍ବାଦିକ ପ୍ରବେଶ ନିଷେଧ ଘଟଣାରେ ରାଜସ୍ବ ମନ୍ତ୍ରୀଙ୍କୁ ଭେଟିଲେ ଜେସିଆଇ ପ୍ରତିନିଧି

ସାମ୍ବାଦିକଙ୍କୁ ପ୍ରବେଶ ନିଷେଧ ବିରୋଧରେ ଜେସିଆଇର ପ୍ରତିନିଧିମାନେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟି ଜଣାଇଛନ୍ତି । ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଅଫିସରେ ଆଗରେ ସାମ୍ବାଦିକ ପ୍ରବେଶ ନିଷେଧ ଲାଗିଥିଲା  ।  ତେବେ ଏହାକୁ ନେଇ ସାମ୍ବାଦିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଗଣମାଧ୍ୟମର କଣ୍ଠରୋଧ କରିବାକୁ ବ୍ଲକ କାର୍ଯ୍ୟାଳୟରେ ଏଭଳି ପୋଷ୍ଟର ମରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ଜେସିଆଇ ପ୍ରତିନିଧି । ମନ୍ତ୍ରୀ ଏହି ଘଟଣାକୁ ନେଇ ବ୍ଲକ୍ ଅଧିକାରୀଙ୍କୁ ଫୋନ କରି ଜଣାଇଥିଲେ । ଯଦି ଅନ୍ୟ କେହି ଏପରି କରିଛି ତେବେ ଏଫଆଇଆର ଦାଖଲ କରିବାକୁ କହିଥିଲେ ।

ତେବେ ଏହି ପୋଷ୍ଟର ନିଜେ ବିଡିଓଙ୍କ ଅନୁମତିରେ ଲଗାଯାଇଛି ନା ଅନ୍ୟ କିଏ ଲଗାଇଛି ତାହାର ତଦନ୍ତ କରିବାକୁ ଦାବି କରାଯାଇଛି। ଅନ୍ୟପଟେ ଖବର ପ୍ରସାରିତ ହେବା ପରେ ଗଂଜାମ ଜିଲ୍ଲାର ସାମ୍ବାଦିକ ମହଲରେ ଅସନ୍ତୋଷ ଦେଖାଦେଇଛି।