ବ୍ରାହ୍ମଣୀନଦୀରେ ଜଳସ୍ତର ବୃଦ୍ଧି
ଲଗାଣ ବର୍ଷା ଯୋଗୁ ବ୍ରାହ୍ମଣୀନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଆର୍ଏସ୍ପି ପକ୍ଷରୁ ମନ୍ଦିରା ଡ୍ୟାମ୍ର ୧୦ଟି ଗେଟ୍ ଖୋଲାଯାଇଛି। ମନ୍ଦିରା ଡ୍ୟାମ୍କୁ ୫୩,୦୫୭ କ୍ୟୁସେକ୍ ବନ୍ୟାଜଳ ପ୍ରବେଶ କରୁଥିଲାବେଳେ ୫୩,୧୬୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଡ୍ୟାମ୍ର ଜଳସ୍ତର ୬୭୯.୫୦ ଫୁଟ୍ ରହିଛି।ବସ୍ତି ଭିତରକୁ ପାଣି ପଶୁଥିବାରୁ ଅନେକ ପରିବାର ରାତି ଅନିଦ୍ରା ହୋଇଥିଲେ। ରାଉରକେଲା ମହାନଗର ନିଗମ (ଆର୍ଏମ୍ସି)ର ଅଧିକାରୀ ଓ କର୍ମଚାରୀ ବସ୍ତିରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ଖାଇବା ଯୋଗାଇ ଦେଇଥିଲେ। ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ଆର୍ଏମ୍ସି ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ହାତକୁ ନିଆଯାଇଥିଲା।