ବିଦେଶୀ ପକ୍ଷୀଙ୍କ କିଚିରିମିଚିରିରେ କମ୍ପୁଛି ଭିତରକନିକା

ବିଦେଶୀ ପକ୍ଷୀଙ୍କ କିଚିରିମିଚିରିରେ କମ୍ପୁଛି ଭିତରକନିକା

ମେଟ୍ରୋ ଟିଭି ଓଡିଶା,୧୪/୧: ବିଦେଶୀ ପକ୍ଷୀଙ୍କ କଳରବରେ ମୁଖରିତ ହେଉଛି ଭିତରକନିକା । ଏବେ ଏହି ପକ୍ଷୀ ମାନଙ୍କର ଗଣନା କରାଯାଉଛି । ଭିତରକନିକାରେ ବଢ଼ିଛି ପକ୍ଷୀ ସଂଖ୍ୟା। ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ ଚଳିତବର୍ଷର ବିଦେଶାଗତ ପକ୍ଷୀ ଗଣନା ଶେଷ ହୋଇଛି । ମୋଟ ୧ଲକ୍ଷ ୩୮ ହଜାର ୧୦୭ଟି ପକ୍ଷୀ ଗଣନା କରାଯାଇଛି ।

ଗତବର୍ଷ ୧୨୧ ପ୍ରଜାତିର ୧ ଲକ୍ଷ ୩୬ ହଜାର ୯୨ଟି ପକ୍ଷୀ ଆସିଥିଲେ । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୨୩ଟି ପ୍ରଜାତିର ୨୦୧୫ଟି ପକ୍ଷୀ ଅଧିକ ଆସିଛନ୍ତି । ପକ୍ଷୀ ଗଣନା ପାଇଁ ୧୬ଟି ଟିମ୍ ଗଠନ କରାଯାଇଥିଲା । ଭିତରକନିକା, ଖୋଳା, ସାତଭାୟା, ରାଜନଗର, ଚିଞ୍ଚିରି ମୁହାଣ, ଧାମରା ମୁହାଣ, ପାରାଦୀପର ବିଭିନ୍ନ ସ୍ଥାନରେ ପକ୍ଷୀ ଗଣନା କରାଯାଇଥିଲା । ଏଠାରେ ଥିବା ପରିବେଶ ଓ ଉପଯୁକ୍ତ ଖାଦ୍ୟ ଖାଇବାକୁ ଏହି ପକ୍ଷୀ ମାନେ ବହୁ ଦୂର ଦୂରାନ୍ତରୁ ଏଠାକୁ ଆସନ୍ତି । ଏଠାରେ ଅନେକ ପ୍ରକାରର ପକ୍ଷୀ ଦେଖାଧାଏ ଯଥା ଧଳା ଶାଗୁଣା,ବୃହତ୍ ଇଗଲ, ଧୂସର ପେଲିକାନ୍ ସହ ବିଭିନ୍ନ ବିଦେଶୀ ପକ୍ଷୀ କଳାରଙ୍ଗର ଷ୍ଟର୍କ , କଳା ଲାଞ୍ଜର ଗୋଡୱିଟ୍‌, ଏଗ୍ରେଟ୍ ସ୍ପଟଡ ବିଲ୍ , ଓରିଏଣ୍ଟାଲ୍ ଡାର୍ଟର ଆଦି ପକ୍ଷୀ ମଧ୍ୟ ଦେଖାଯାନ୍ତି ।