ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର
ଭୁବନେଶ୍ବର: ବିଜେପି ସରକାର କ୍ଷମତାକୁ ଆସିଲା ପରେ ଆଜି ପ୍ରାଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ୧୦ ବର୍ଷ ହେଲା ନଗର ଉନ୍ନୟନ ବିଭାଗରେ ଗାଦି ମାଡ଼ି ବସିଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥିଭାଥନନ୍ଙ୍କୁ ଲୋକସେବା ଭବନ ବାହାରକୁ ପଠାଇ ଦିଆଯାଇଛି। ତାଙ୍କୁ ଗୋପବନ୍ଧୁ ଏକାଡେମୀର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ପାଖରେ ଥିବା ସଂସଦୀୟ ବ୍ୟାପାର ବିଭାଗକୁ ବି କାଢ଼ି ନିଆଯାଇଛି। ବିଜେଡି ସରକାର ସମୟରେ ମାଥିଭାଥନନ୍ ବେଶ୍ କ୍ଷମତାଶାଳୀପୂର୍ବ ସରକାରର କ୍ଷମତାଶାଳୀ ଆଇଏଏସ୍ ଅଧିକାରୀଙ୍କ ଉପରେ ପ୍ରଚଣ୍ଡ ପ୍ରହାର କରିଛନ୍ତି। ପୁଣି କିଛି ଅଧିକାରୀଙ୍କୁ ଅଧିକ ବିଭାଗ ଦେଇ କ୍ଷମତାଶାଳୀ ବି କରାଯାଇଛି। ଆଜି ରାତିରେ ଏହି ଅଦଳବଦଳ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଆଗକୁ ଆହୁରି ଅଦଳବଦଳ ହେବ ବୋଲି ଆଭାସ ମିଳିଛି।