ବନ୍ଦ ହେଲା ହୀରାକୁଦ ଡ୍ୟାମ
ହୀରାକୁଦ ଡ୍ୟାମର ଜଳସ୍ତରକୁ ଦୃଷ୍ଟିରେ ରଖି ସୋମବାର ସମସ୍ତ ଗେଟ୍କୁ ବନ୍ଦ କରି ଦିଆଯାଇଛି। ଖୋଲାଥିବା ୬ଟି ଗେଟ୍କୁ ବନ୍ଦ କରାଯାଇଥିବା ନେଇ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଇତିମଧ୍ୟରେ ଅବପାତର ରୂପ ନେଇଛି। ଏଥିଯୋଗୁ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ଲାଗି ରହିଛି। ଅବପାତଟି କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମକୁ ମୁହାଁଇ ଉପକୂଳ ଅଞ୍ଚଳ ଓ ପରେ ଉତ୍ତର ଆନ୍ଧ୍ର ଓ ସଂଲଗ୍ନ ଦକ୍ଷିଣ ଓଡିଶା ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ। ରବିବାର ସନ୍ଧ୍ୟା ସୁଦ୍ଧା ଏହା ବିଶାଖାପାଟଣାରୁ ୯୦ କି.ମି. ଏବଂ ମାଲକାନଗିରିରୁ ୧୨୦ କି.ମି. ଦୂରରେ ରହିଥିବାବେଳେ ସୋମବାର ସୁଦ୍ଧା ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ପରେ ଦୁର୍ବଳ ହୋଇ ଓ୍ବେଲ୍ମାର୍କ ଲୋପ୍ରେସରରେ ପରିଣତ ହେବ। ତେବେ ଏହାର ପ୍ରଭାବରେ ରବିବାର ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ହେଲେ ଜଳସ୍ତରକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ଆବଶ୍ୟକ ଗେଟ୍ ଖୋଲିବା ନେଇ ପଦକ୍ଷେପ ନିଆଯିବ ବୋଲି ଡ୍ୟାମ୍ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।