ଗତକାଲି ମୁଖ୍ୟମନ୍ତ୍ରୀ (ସିଏନବିଟି)କୁ ଉଦଘାଟନ କରିବା ପରେ ପୁରୁଣା ବାଦାମବାଡି ବସଷ୍ଟାଣ୍ଡ ସମେତ ୪ବସଷ୍ଟାଣ୍ଡକୁ ଆସନ୍ତାକାଲି ଠାରୁ ବନ୍ଦ କରାଯିବ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦେଇଛି କଟକ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ୟ୍ୟାଳୟ।ଆସନ୍ତା କାଲି ଠାରୁ ବାଦାମବାଡି ପୁରୁଣା ବସଷ୍ଟାଣ୍ଡ,ପାଲାମଣ୍ଡପସ୍ଥିତ ପୁରୀ ବସଷ୍ଟାଣ୍ଡ, ଅନୁଗୁଳ ବସଷ୍ଟାଣ୍ଡ ଓ ବାଦମବାଡିସ୍ଥିତ ପାରାଦ୍ୱୀପ ବସଷ୍ଟାଣ୍ଡକୁ ବନ୍ଦ କରିଦିଆଯିବ। ସେହିପରି ଏହି ସମସ୍ତ ବସଷ୍ଟାଣ୍ଡରୁ ଗଡ଼ୁଥିବା ଘରୋଇ,ସରକାରୀ ତଥା ମୋ ବସ ଗୁଡିକ ଆସନ୍ତାକାଲି ଠାରୁ ନେତାଜୀ ବସ ଟର୍ମିନାଲରୁ ଗଡ଼ିବା ବାଧ୍ୟତାମୂଳକ ହୋଇଛି। ଏଣୁ ଏହି ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ପାଇଁ ଆରଟିଓଙ୍କ ପକ୍ଷରୁ ଏନଫୋର୍ସମେଣ୍ଟ ଟିମ କରାଯାଇଛି। ଆସନ୍ତା ୧୭ତାରିଖରୁ ୨୪ତାରିଖ ପର୍ୟ୍ୟନ୍ତ ଅଥବା ସ୍ଥିତି ସ୍ୱାଭାବିକ ହେବା ପର୍ୟ୍ୟନ୍ତ ଏହି ଏନଫୋର୍ସମେଣ୍ଟ ଜାରି ରହିବ।କଟକ ଘରୋଇ ବସ ମାଲିକ ସଂଘ ସହ ଆଲୋଚନା ପରେ ବସ ଗୁଡିକ ପାଇଁ ନେତାଜୀ ବସ ଟର୍ମିନାଲରେ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଛି। ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା, ବ୍ରହ୍ମପୁର, ନିଆଳି, ନୟାଗଡ଼, ଫୁଲବାଣୀ, ଗଜପତି, କୋରାପୁଟ, ରାୟଗଡ଼ା, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଭବାନୀପାଟଣା ଆଦି ଦକ୍ଷିଣ, ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପଶ୍ଚିମ ଅଭିମୁଖେ ଯାଉଥିବା ବସ ଗୁଡିକ ନେତାଜୀ ବସ ଟର୍ମିନାଲର ମୁଖ୍ୟ ଫାଟକରେ ବାହାରି ରିଙ୍ଗରୋଡରେ ବାମ ପାର୍ଶ୍ୱକୁ ଯାଇ ୧୬ନମ୍ବର ଜାତୀୟ ରାଜପଥ ଦେଇ ଅତିକ୍ରମ କରିବେ । ସେହିପରି ଅନ୍ୟ ସ୍ଥାନକୁ ଯାଉଥିବା ବସ ଗୁଡିକ ରିଙ୍ଗରୋଡରୁ ଡାହାଣ ପଟକୁ ଯାଇ ବାଦାମବାଡି ଦେଇ ଜାତୀୟ ରାଜପଥ ଧରିବେ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post