ନୟାପଲ୍ଲୀ ଜମି ଜବରଦଖଲ ଘଟଣାର ମାଷ୍ଟରମାଇଣ୍ଡ ରାଘବ ଜେନା ଗିରଫ
ଭୁବନେଶ୍ବର: ଶେଷରେ ଗିରଫ ହେଲା ବାଉନସର ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍ ରାଘବ ଜେନା । ଦେଢ଼ମାସ ଧରି ପୋଲିସ ସହ ଲୁଚକାଳି ଖେଳିବା ପରେ ରାଘବ ଜେନା ଗିରଫ ହୋଇଛି । ମାର୍ଚ୍ଚ ୨୪ ତାରିଖ ବିଳମ୍ବିତ ରାତିରେ ନୟାପଲ୍ଲୀ ଇସ୍କନ ମନ୍ଦିର ନିକଟସ୍ଥ ଦୋକାନ ଜମି ଦଖଲ ପାଇଁ ବ୍ୟାପକ ଭଙ୍ଗାରୁଜା ଘଟଣାର ମାଷ୍ଟରମାଇଣ୍ଡ ରାଘବ ଜେନାକୁ ପୋଲିସ ପୁରୀ ଜିଲ୍ଲାର ଏକ ପରିତ୍ୟକ୍ତ ଘରୁ ଗିରଫ କରିଛି ।
