ଗତ କିଛି ଦିନ ଧରି ବିଜେପି ଓ ବିଜେଡି ମଧ୍ୟରେ ଟକ୍କର ଚାଲିଛି । ନବ ଦାସଙ୍କ ହତ୍ୟା ପରେ ବିଜେଡିକୁ କଂଗ୍ରେସ ଓ ବିଜେପି ଟାର୍ଗେଟ କରୁଛନ୍ତି । ତେବେ ବିଜେପିର ଆନ୍ଦୋଳନରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିନ୍ଦା କରିଛନ୍ତି । ସେ କହିଛନ୍ତି ରାଜ୍ୟରେ ଆଇନ କାନୁନ ଭୁଶୁଡିଯାଇଛି, ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ୩୦୭ ମାଧ୍ୟମରେ ନାଲି ଆଖି ଦେଖାଯାଉଛି, କିଛି ଏଭଳି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେମିତି ଅନେକ ପୁଲିସ କର୍ମୀ ପୁଲିସ ଡ୍ରେସରେ ନଥାଇ ଯୁବମୋର୍ଚ୍ଚା କର୍ମୀଙ୍କୁ ମାଡ଼ ମାରିଛନ୍ତି, କିଛି ପୁଲିସ ଜୋତା ଖୋଲି ମାରୁଥିଲେ ଏସବୁ ଭିଡ଼ିଓରୁ ଆଇନଶୃଙ୍ଖଳା କେମିତି ଅଛି ତାହା ସ୍ପଷ୍ଟ ହୋଇପଡୁଛି’ ।
ଓଡ଼ିଶାରେ ଦୀର୍ଘ ୨୩ ବର୍ଷର ଶାସନ ପରେ ମଧ୍ୟ ରାଜ୍ୟର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ଲୋକସମସ୍ୟା ଓ ଲୋକ ଆକାଂକ୍ଷାକୁ ସଂଘର୍ଷ କରି ବୁଥ ସ୍ତରରୁ ଉପରକୁ ଉଠିଥିବା @BJYM କାର୍ଯ୍ୟକର୍ତ୍ତା ମାନେ ଆଇନଶୃଙ୍ଖଳା ନେଇ ପ୍ରତିବାଦ କଲେ ସେମାନଙ୍କୁ ଏକପାଖିଆ ଭାବେ ୩୦୭ ଧାରାରେ ଜେଲକୁ ପଠାଯିବା ଦୁର୍ଭାଗ୍ୟଜନକ । pic.twitter.com/geuzhjVmIn
— Dharmendra Pradhan (@dpradhanbjp) March 6, 2023
ଆଉ ଧର୍ମେନ୍ଦ୍ରଙ୍କ ଏହି ଆରୋପ ପରେ ଏହାକୁ କାଉଣ୍ଟର କରିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।
@dpradhanbjp ଭାଇ, ଆପଣଙ୍କ ଦଳର ଯୁବମୋର୍ଚ୍ଚା ସଭାପତି ଈରାଣିଷ ଆଚାର୍ଯ୍ୟ ଜଣେ ହତ୍ୟା ଅଭିଯୁକ୍ତ । ଏବେ ସେ ଜାମିନରେ ଅଛନ୍ତି। ନିକଟରେ ରାଜଧାନୀରେ ବିକ୍ଷୋଭ ନାଁରେ ତାଙ୍କ ନେତୃତ୍ଵରେ ପୁଲିସ ଉପରେ ମରଣାନ୍ତକ ଆକ୍ରମଣ ହେଲା । ଦେଖନ୍ତୁ ଏହି ଭିଡିଓ । ମୁଁ ଆଗରୁ ମଧ୍ୟ ଏହା ଆପଣଙ୍କୁ ଦେଇଥିଲି। ଆପଣ ନିଶ୍ଚୟ ଦେଖିଥିବେ। pic.twitter.com/si5Ik0lxBy
— Pranab Prakash Das (@pranabpdas) March 6, 2023