ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ବୁଧବାର ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ମଧ୍ୟ ରହିବେ। ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଇ ନିବେଶକ ସମ୍ମିଳନୀରେ ଯୋଗଦେବେ। ରାଜ୍ୟକୁ ନିବେଶ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଶକଙ୍କ ଆଲୋଚନା କରିବେ।ସୂଚନାଯୋଗ୍ୟ, ରବିବାର ଭୁବନେଶ୍ବର ବିମାନ ବନ୍ଦରରୁ ସ୍ବତନ୍ତ୍ର ବିମାନରେ ଯାଇଥିଲେ।  ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯାଇଥିଲେ ମୁଖ୍ୟମନ୍ତ୍ରୀ।ଆଗକୁ ଝାଡଖଣ୍ଡ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ରାଞ୍ଚି ଅଭିମୁଖେ ଯାଇଥିଲେ। ରାଞ୍ଚିରୁ ହେଲିକପ୍ଟର ଯୋଗେ ପଶ୍ଚିମ ସିଂହଭୂମରେ ପହଞ୍ଚିଥିଲେ।ଅପରାହ୍ନ ୧ଟାରେ ମୁଖ୍ୟମନ୍ତ୍ରୀ ଜମାଣି ମୈଦାନରେ ଭାଜପାର ପରିବର୍ତ୍ତନ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏପରିକି ଅପରାହ୍ନ ୩ଟାରେ ମାଝଗାଓଁ ସ୍କୁଲ ପଡ଼ିଆରେ ସଭାକୁ ସମ୍ବୋଧିତ କରିବେ।

ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ

ପବିତ୍ର ମାସ କାର୍ତ୍ତିକ , ମାସସାରା ଆମିଷ ନଖାଇ କାର୍ତ୍ତିକ ବ୍ରତ ପାଳନ୍ତି ଲୋକେ । କେହି କେହି ମାସକ ପାଳିନପାରିଲେ ପଞ୍ଚୁକ ୫ ଦିନ ଆମିଷ ଛାଡି ସାତ୍ତ୍ବିକ ଭୋଜନ କରି କାର୍ତ୍ତିକ ବ୍ରତ ପାଳନ କରନ୍ତି । ଏ ମାସରେ ଦାନ ଧର୍ମ କରି ବର୍ଷକର ପୂଣ୍ୟ ଅର୍ଜନ କରାଯାଏ ବୋଲି କୁହାଯାଏ । କିନ୍ତୁ କାର୍ତ୍ତିକ ପୂର୍ଣ୍ଣମୀ ପରଦିନ ଛାଡ଼ଖାଇ ପାଳିବା ଦିନ ଘରେ ଘରେ ମାଛ ମାଂସ ଭାସେ। ମାସକ ସାରା ଧର୍ମ କରିବା ପରେ ତା’ପରଦିନ ଆମିଷ ଖାଇବା ପ୍ରକୃତରେ ଛାଡ଼ଖାଇ । ନା ଏହାର କିଛି ଅନ୍ୟ ଗୁରୁତ୍ବ ଅଛି? କୁହାଯାଏ,  କାର୍ତ୍ତିକ ବ୍ରତ କରୁଥିବା ବ୍ରତଧାରୀ ପୂଣ୍ୟ କାର୍ତ୍ତିକରେ ଦିନକୁ ମାତ୍ର ଥରେ ଖାଇ ବ୍ରତ କରନ୍ତି । ଏହି ମାସରେ ବ୍ରତଧାରୀମାନଙ୍କର ଖାଇବାରେ ଅନେକ କଟକଣା ଥାଏ । ଅନେକ ପରିବା ସହ କିଛି ଶସ୍ୟ ନଖାଇବାର ବାରଣ ରହିଥାଏ । ଏପରିକି ଚୂନ ଲଗା ପାନ ବି ଖାଇନଥାନ୍ତି ।  ଯଦି ବିଡ଼ିଆ ପାନ ମିଳେ ଖାଇବାର ଅନୁମତି ଥାଏ ନହେଲେ ନାହିଁ   । ଖାଲି ସେତିକି ନୁହେଁ ଖାଇବା ସମୟରେ ମଧ୍ୟ ନୀରବତା ରକ୍ଷା କରିବାକୁ ପଡ଼େ  । ବ୍ରତଧାରୀ ଖାଇବା ସମୟରେ ଯଦି କେହି ପାଟି କରନ୍ତି ସେଇଠି ତାଙ୍କ ଖାବା ବନ୍ଦ ହୁଏ ।  କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଏଭଳି ସଦାଚାରରେ  ରହିଥାନ୍ତି ବ୍ରତଧାରୀ । କିନ୍ତୁ ପୂର୍ଣ୍ଣିମା ପରଦିନ ସେମାନେ ସମ୍ପୂର୍ଣ୍ଣ ଉପବାସ ରହି ବ୍ରତ ସମାପନ କରିଥାନ୍ତି । ଏହି ଦିନ ଖାଦ୍ୟ ଛାଡ଼ୁଥିବାରୁ ଏହାକୁ ଛାଡ଼ଖାଇ ବୋଲି କୁହାଯାଏ । ଆଉ କେହି କେହି କୁହନ୍ତି , ମାସକ ସାରା ଯେଉଁ ସବୁ ଖାଦ୍ୟକୁ ବାରଣ ଥାଏ ବା ଛାଡ଼ିଥାନ୍ତି ତାକୁ ପୁଣି ଗ୍ରହଣ କରୁଥିବାରୁ ମଧ୍ୟ ଏହି ଦିନକୁ ଛାଡ଼ଖାଇ ବୋଲି କୁହାଯାଏ ।

କିନ୍ତୁ ଅଧିକାଂଶ ଏହି ଦିନଟିକୁ ନିଜ ଇଚ୍ଛା ଅନୁସାରେ ପାଳନ କରୁଛନ୍ତି । ମାସକ ସାରା ଆମିଷ ନଖାଉଥିବାରୁ ଏଦିନ ଆମିଷ ଖାଇବାକୁ ଗୁରୁତ୍ବ ଦେଇଥାନ୍ତି । ତେଣୁ ଆଜି ଆମିଷ ମାର୍କେଟରେ ଲୋକଙ୍କ ଭିଡ଼ । ଛାଡଖାଇରେ ଆମିଷ ଟିକେ ଖାଇବା ଯେପରି ଆମ ଲୋକଙ୍କର ଗୋଟେ ସାମାଜିକ ଚଳଣୀ ପାଲଟିଛି । ତା’ଛଡ଼ା ଶୀତ ଦିନେ ମାଛରେ ସ୍ନେହସାର ଓ ଆଦ୍ରତାର ମାତ୍ରା ଭଲ ରହୁଥିବାରୁ ଆମିଷ ଖାଇବା ଭଲ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି ।

ହେଲେ ଏଥର ଛାଡ଼ଖାଇଟା ମାଡ଼ ଖାଇଯାଇଛି । ଗୁରୁବାର ଛାଡ଼ଖାଇ ପଡ଼ୁଥିବାରୁ ଆମିଷ ବଜାରରେ ପୂର୍ବ ଭଳି ଭିଡ଼ ନାହିଁ  । ଇଚ୍ଛା ଥିଲେ ବି ଆଇଁଷ ଟିକେ ଖାଇପାରିନାହାଁନ୍ତି  ।  ହେଲେ କାଲି ଶୁକ୍ରବାର ଛାଡ଼ଖାଇ ପାଳିବାକୁ ଚାହିଁରହିଛନ୍ତି ଅନେକ । କାଲି କେତେ ଯେ ନୀରିହ ପ୍ରାଣୀ ବଳିପଡ଼ିବେ, ମଣିଷ ପେଟକୁ ଯିବେ ଠିକଠିକଣା ନାହିଁ ।

ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ

ପାରାଦୀପ ବନ୍ଦରରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ ୨୦୨୫ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା, ରାଜ୍ୟର ଅର୍ଥନୈତିକ ପ୍ରଗତି ଓ ବନ୍ଦର ଭିତ୍ତିକ ଉନ୍ନତି ଉପରେ ଗୁରୁତ୍ୱ ଦେଇ ଏକ ଦୃଢ ସନ୍ଦେଶ ଦେଇଛନ୍ତି।

ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ

ଝାରସୁଗୁଡା, ଓଡିଶା, ୪ ନଭେମ୍ବର ୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍‌, ଓଡ଼ିଶା ପୋଲିସ ସହିତ ମିଳିତ ଭାବରେ ରାଜ୍ୟ ସରକାରଙ୍କ ‘ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ର ଏକ ଅଧିବେଶନର ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ‘ବନ୍ଦ କରନ୍ତୁ। ଯାଂଚ କରନ୍ତୁ। ସୁରକ୍ଷିତ ରୁହନ୍ତୁ’ ବିଷୟବସ୍ତୁ ଅଧୀନରେ ସୁରକ୍ଷିତ ଡିଜିଟାଲ୍ ଅଭ୍ୟାସ ବିଷୟରେ ବ୍ୟାପକ ସଚେତନତାକୁ ପ୍ରୋତ୍ସାହିତ କରିବା ଏହାର ଲକ୍ଷ୍ୟ ଥିଲା। ଏହି ପଦକ୍ଷେପ ଅନଲାଇନ୍ ଠକେଇ ବିରୁଦ୍ଧରେ ପ୍ରଥମେ ନିବାରଣ ସଚେତନତା ଉପରେ ଧ୍ୟାନ ଦିଏ ଏବଂ ସାଇବର ଅପରାଧର ବିପଦରୁ ନାଗରିକମାନଙ୍କୁ ନିଜକୁ ସୁରକ୍ଷା ଦେବା ପାଇଁ ସଶକ୍ତ କରିବା।
ଏହି କାର୍ଯ୍ୟକ୍ରମରେ ଜି.ଆର. ସମେତ ଓଡ଼ିଶା ପୋଲିସ – ଝାରସୁଗୁଡାର ଅନେକ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ରାଘବେନ୍ଦ୍ର, ଆଇପିଏସ୍‌, ପୋଲିସ ଅଧିକ୍ଷକ; ମଧୁସ୍ମିତା ମିଶ୍ର, ଅତିରିକ୍ତ ଏସ୍ପି; ଜେମ୍ସ ସାମଦ, ଅତିରିକ୍ତ ଏସ୍ପି; ଜ୍ୟୋତ୍ସ୍ନାମୟୀ ପ୍ରଧାନ; ଡିଏସ୍ପି; ଉମା ଶଙ୍କର ସିଂହ, ଏସଡିପିଓ; ଏବଂ ରାଜେନ୍ଦ୍ର ସିଆଲ, ଡିଏସ୍ପି, ବଡମାଲ, ବେଦାନ୍ତ ଏବଂ ଏହାର ବ୍ୟବସାୟିକ ଅଂଶୀଦାର ଏବଂ ଟାଉନସିପ୍ ବାସିନ୍ଦାଙ୍କ ସହିତ ଉପସ୍ଥିତ ଥିଲେ। ସେମାନେ ଏକାଠି ଝାରସୁଗୁଡାକୁ ଏକ ଡିଜିଟାଲ୍ ସଚେତନ ଏବଂ ସାଇବର-ସୁରକ୍ଷିତ ଜିଲ୍ଲା କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରିଥିଲେ।
ଏକ ଡିଜିଟାଲ୍ ଯୁଗରେ ଯେଉଁଠାରେ ପ୍ରଯୁକ୍ତିବିଦ୍ୟା ସୁଯୋଗ ଏବଂ ବିପଦ ଉଭୟକୁ ନେଇଥାଏ, ଏହି ଅଭିଯାନ ସୂଚିତ ସତର୍କତାର ଗୁରୁତ୍ୱକୁ ଆଲୋକପାତ କରାଯାଇଥିଲା। ସୂଚନାପ୍ରଦ ଭିଡିଓ ଏବଂ ଇଂଟରାକ୍ଟିଭ୍ ଅଧିବେଶନ ମାଧ୍ୟମରେ, ଓଡ଼ିଶା ପୋଲିସର ବିଶେଷଜ୍ଞମାନେ ବ୍ୟାଖ୍ୟା କରିଥିଲେ ଯେ ବ୍ୟକ୍ତିମାନେ କିପରି ଫିସିଂ, ଓଟିପି/କ୍ୟୁଆର ସ୍କାମ୍‌, ରିମୋଟ୍ ଆକ୍ସେସ୍ ଆପ୍ସ, ଡିପ୍ ଫେକ୍ ହେରଫେର, ପରିଚୟ ଚୋରି ଏବଂ ଆର୍ôଥକ ମାଲୱେର୍ ଭଳି ସାଧାରଣ ଅନଲାଇନ୍ ବିପଦକୁ ଚିହ୍ନଟ କରିପାରିବେ ଏବଂ ଏଡାଇ ପାରିବେ। ଉପସ୍ଥିତ ଲୋକଙ୍କୁ ଅନଲାଇନ୍ କାରବାର, ସୁରକ୍ଷିତ ପାସୱାର୍ଡ ପରିଚାଳନା ଏବଂ ଦାୟିତ୍ୱପୂର୍ଣ୍ଣ ସାମାଜିକ ଗଣମାଧ୍ୟମ ଆଚରଣ ପାଇଁ ଡିଜିଟାଲ୍ ସର୍ବୋତମ ଅଭ୍ୟାସ ସହିତ ମଧ୍ୟ ପରିଚିତ କରାଯାଇଥିଲା।
ଏହା ସହିତ, ଅଂଶଗ୍ରହଣକାରୀମାନଙ୍କୁ ‘ସାଇବର-ରଥ’ ସହିତ ପରିଚିତ କରାଯାଇଥିଲା – ଏକ ମୋବାଇଲ୍ ସଚେତନତା ଭ୍ୟାନ୍ ଯାହା ଗ୍ରାମାଂଚଳ ଏବଂ ଅର୍ଦ୍ଧ-ସହରୀ ଅଂଚଳଗୁଡ଼ିକରେ ସିଧାସଳଖ ସାଇବର ସୁରକ୍ଷା ବାର୍ତା ପହଂଚାଇବା ପାଇଁ ସାରା ଓଡ଼ିଶାରେ ପ୍ରସାରିତ ହେଉଛି। ସାଇବର ରଥ ହେଉଛି ସରକାରଙ୍କ ମାସିକ ସଚେତନତା ଅଭିଯାନର ଏକ ଅନ୍‌-ହ୍ୱିଲ୍ସ ଆଉଟରିଚ୍ ୟୁନିଟ୍‌, ଯାହା ଜିଲ୍ଲାରୁ ଜିଲ୍ଲା ଭ୍ରମଣ କରିବ, ପଥପ୍ରାନ୍ତ ନାଟକ, ଚଳଚ୍ଚିତ୍ର ପ୍ରଦର୍ଶନ ଏବଂ ଇଂଟରାକ୍ଟିଭ୍ କିଓସ୍କ ମାଧ୍ୟମରେ ନାଗରିକମାନଙ୍କୁ ସାମିଲ କରିବ।
କାର୍ଯ୍ୟକ୍ରମରେ ଭାଷଣ ଦେଇ, ବେଦାନ୍ତ ଝାରସୁଗୁଡ଼ାର ସିଇଓ ସି ଚନ୍ଦ୍ରୁ କହିଛନ୍ତି, “ବେଦାନ୍ତରେ, ସୁରକ୍ଷା ଆମର ପ୍ଲାଂଟ ବାହାରେ ଏବଂ ଆମର ଡିଜିଟାଲ୍ ଜୀବନରେ ବିସ୍ତାରିତ। ଯେହେତୁ ପ୍ରଯୁକ୍ତିବିଦ୍ୟା ଆମର କାର୍ଯ୍ୟ ଏବଂ ସମ୍ପ୍ରଦାୟର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଛି, ଆମେ ବିଶ୍ୱାସ କରୁ ଯେ ସଚେତନତା ଏବଂ ସତର୍କତା ସାଇବର ସୁରକ୍ଷାରେ ପ୍ରଥମ ପ୍ରତିରକ୍ଷା ଧାଡି ଅଟେ। ଓଡ଼ିଶା ପୋଲିସ ସହିତ ଆମର ସହଯୋଗ ମାଧ୍ୟମରେ, ଆମେ ଆମର କର୍ମଚାରୀ, ପରିବାର ଏବଂ ବ୍ୟାପକ ସମ୍ପ୍ରଦାୟକୁ ଡିଜିଟାଲ୍ ଉପକରଣର ସଚେତନ ଏବଂ ସତର୍କ ଗ୍ରାହକ ହେବା ପାଇଁ ସଶକ୍ତ କରିବାକୁ ଆଶା କରୁଛୁ।”

ଝାରସୁଗୁଡାର ପୋଲିସ ଅଧିକ୍ଷକ ଜିଆର ରାଘବେନ୍ଦ୍ର ଆଇପିଏସ ତାଙ୍କ ମତାମତ ଯୋଗାଡ଼ କରି କହିଛନ୍ତି, “ସାଇବର ଅପରାଧ ମାମଲା ବୃଦ୍ଧି କେବଳ ଏକ ଆଇନ ପ୍ରବର୍ତନ ସମସ୍ୟା ନୁହେଁ ବରଂ ଏକ ସାମାଜିକ ଚ୍ୟାଲେଞ୍ଜ। ଏହି ଭଳି ଅଭିଯାନ ‘ବନ୍ଦ କରନ୍ତୁ। ଯାଂଚ କରନ୍ତୁ। ସୁରକ୍ଷିତ ରୁହନ୍ତୁ’ ପାଇଁ ଏକ ସଂସ୍କୃତି ଗଠନ କରିବାରେ ସାହାଯ୍ୟ କରିବ, ଏକ ଅଭ୍ୟାସ ଯାହା ଅଧିକାଂଶ ସାଇବର ଅପରାଧ ଘଟିବା ପୂର୍ବରୁ ରୋକିପାରିବ। ଲୋକମାନଙ୍କୁ ଅନଲାଇନରେ ଦାୟିତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବାକୁ ଶିକ୍ଷା ଏବଂ ସକ୍ଷମ କରିବା ଆମର ପ୍ରୟାସ।” ତାଙ୍କ ଅଭିଭାଷଣରେ, ସେ ସାଇବର ଅପରାଧ ବିରୁଦ୍ଧରେ ନାଗରିକମାନେ ନିଜକୁ ସୁରକ୍ଷା ଦେବା ପାଇଁ ନେଇପାରୁଥିବା ଅନେକ ସରଳ ପଦକ୍ଷେପ ସେୟାର କରିଥିଲେ, ଘଟଣାଗୁଡ଼ିକର ରିପୋର୍ଟ କରିବା ଏବଂ ସମାଧାନ କରିବା ପାଇଁ ଉପଲବ୍ଧ ବିଭିନ୍ନ ପ୍ଲାଟଫର୍ମ ଉପରେ ମଧ୍ୟ ଆଲୋକପାତ କରିଥିଲେ, ଏବଂ ଏହି ପଦକ୍ଷେପକୁ ଆଗକୁ ନେବାରେ ବେଦାନ୍ତର ସମର୍ଥନକୁ ମଧ୍ୟ ପ୍ରଶଂସା କରିଥିଲେ।
ବେଦାନ୍ତ ଆଲୁମିନିୟମ୍ ଏହାର ଦୈନନ୍ଦିନ କାର୍ଯ୍ୟରେ ସାଇବର ସୁରକ୍ଷା ଅଭ୍ୟାସ ଏବଂ ଅତ୍ୟାଧୁନିକ ଡିଜିଟାଲ୍ ସୁରକ୍ଷାକୁ ସମନ୍ୱିତ କରିଥାଏ, ଜାତୀୟ ଏବଂ ଅନ୍ତର୍ଜାତୀୟ ମାନଦଣ୍ଡ ସହିତ ସଂଯୁକ୍ତ ଏକ ଡିଜିଟାଲ୍ ସୁରକ୍ଷିତ ଇକୋସିଷ୍ଟମ୍ ସୃଷ୍ଟି କରିଥାଏ। ଏହି ବହୁ-ସ୍ତରୀୟ ସାଇବର ସୁରକ୍ଷା ଢାଂଚା ନିୟମିତ ସାଇବର ଡ୍ରିଲ୍‌, ଫିସିଂ ସିମୁଲେସନ୍ ଏବଂ ଡିଜିଟାଲ୍ ତାଲିମ ଦ୍ୱାରା ପରିପୂରକ, ଯାହା ପ୍ରତ୍ୟେକ କର୍ମଚାରୀ ଡିଜିଟାଲ୍ ସମ୍ପତି ସୁରକ୍ଷାରେ ସେମାନଙ୍କର ଭୂମିକା ବୁଝିବା ନିଶ୍ଚିତ କରେ।
ବେଦାନ୍ତ ଲିମିଟେଡର ଏକ ବ୍ୟବସାୟ, ବେଦାନ୍ତ ଆଲୁମିନିୟମ୍‌, ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ, ଯାହା ଆର୍ôଥକ ବର୍ଷ ୨୫ ମସିହାରେ ଭାରତର ଅଧାରୁ ଅଧିକ ଅର୍ଥାତ୍ ୨.୪୨ ନିୟୁତ ଟନ୍ ଆଲୁମିନିୟମ୍ ଉତ୍ପାଦନ କରିଛି। ଏହା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦରେ ଏକ ନେତା ଯାହା ମୁଖ୍ୟ ଶିଳ୍ପଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗ କରିଥାଏ। ଆଲୁମିନିୟମ୍ ଶିଳ୍ପ ପାଇଁ ଏସଏଣ୍ଡପି ଗ୍ଲୋବାଲ୍ କର୍ପୋରେଟ୍ ସଷ୍ଟେନେବିଲିଟି ଆସେସମେଂଟ୍ ୨୦୨୪ ବିଶ୍ୱ ରାଙ୍କିଂରେ ବେଦାନ୍ତ ଆଲୁମିନିୟମ୍ ଦ୍ୱିତୀୟ ସ୍ଥାନରେ ଅଛି, ଯାହା ଏହାର ପ୍ରମୁଖ ସ୍ଥାୟୀ ବିକାଶ ଅଭ୍ୟାସର ପ୍ରତିଫଳନ। ଭାରତରେ ଏହାର ବିଶ୍ୱସ୍ତରୀୟ ଆଲୁମିନିୟମ୍ ସ୍ମେଲ୍ଟର, ଆଲୁମିନା ରିଫାଇନାରୀ ଏବଂ ପାୱାର ପ୍ଲାଂଟ ସହିତ, କମ୍ପାନୀ ଏକ ସବୁଜ ଆସନ୍ତାକାଲି ପାଇଁ ‘ଭବିଷ୍ୟତର ଧାତୁ’ ଭାବରେ ଆଲୁମିନିୟମର ଉଦୀୟମାନ ପ୍ରୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବାର ଏହାର ଲକ୍ଷ୍ୟ ପୂରଣ କରୁଛି

ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ

ଝାରସୁଗୁଡ଼ା, କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତି ମା’ମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ପାଇଁ ରାଜ୍ୟ ସରକାର ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ପୁଷ୍ଟିସାଧାନ ଉଦ୍ଦେଶ୍ୟରେ କାର୍ଯ୍ୟାଳୟରୁ ଆସୁଥିବା ଏହି ଖାଦ୍ୟ ଯୋଗାଣ ନାଁରେ ବଡ଼ ଧରଣର ହେରଫେର୍ ଘଟଣା ଏବେ ସାମ୍ନାକୁ ଆସିଛି। ନିର୍ଦ୍ଦିଷ୍ଟ ଗୋଟିଏ ଏସ୍ଏଚଜି ନାଁରେ ବର୍ଷ ବର୍ଷ ଧରି ଶୁଖିଲା ଖାଦ୍ୟ ପ୍ରସ୍ତୁତି କରି ହିତାଧିକାରୀଙ୍କୁ ବଣ୍ଟନ କରାଯାଉଥିବା ନେଇ ସହରାଞ୍ଚଳ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ)ଙ୍କ ଜଣାପଡ଼ିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଯେଉଁ ଏସ୍ଏଚଜିକୁ ଏହି ଦାୟିତ୍ବ ଦିଆଯାଇଛି, ତାହା ବିରୋଧରେ ମାଳ ମାଳ ଅଭିଯୋଗ ଥିବା ବେଳେ ନିମ୍ନମାନର ଛତୁଆ ପ୍ରସ୍ତୁତ କରୁଥିବା ନେଇ ଖୋଦ୍ ରାଜ୍ୟ ସରକାର ବି ରିପୋର୍ଟ ଦେଇଛନ୍ତି। କିନ୍ତୁ କେଉଁ ସ୍ବାର୍ଥରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଶୁଖିଲା ଖାଦ୍ୟ ଯୋଗାଣ ପାଇଁ ଟେଣ୍ଡର ନକରି ନିର୍ଦ୍ଦିଷ୍ଟ ଗୋଟିଏ ଏସ୍ଏଚଜିକୁ ଦାୟିତ୍ବ ଦେଇଛି ତାକୁ ନେଇ ଏବେ ପ୍ରଶ୍ନଉଠିଛି | ଏନେଇ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୂଣ୍ୟବତୀ ହେଲେନ୍ ଖେସ୍‌ଙ୍କୁ ପଚାରିବାରେ,
ଉପରୁ ତାହା ସ୍ଥିର ହୋଇଥିବା କହିଛନ୍ତି। ସୂଚନା ଅଧିକାର ଆଇନ୍ ଯୋଗେ ମିଳିଥିବା ତଥ୍ୟ ଅନୁସାରେ, ଝାରସୁଗୁଡ଼ା ସହରାଞ୍ଚଳର ସମସ୍ତ ଅଙ୍ଗନବାଡ଼ିକୁ ଶୁଖିଲା ଖାଦ୍ୟ ଯୋଗାଣ ପାଇଁ ପଞ୍ଚପଡ଼ାସ୍ଥିତ ମା’ସରସ୍ଵତୀ ଏସ୍ଏଚଜିକୁ ଦାୟିତ୍ବ ଦିଆଯାଇଛି। ୨୦୧୦ ମସିହାରୁ ଏହି ଏସ୍ଏଚ୍‌ ଓ କକ୍ସ କଲୋନିର ଉଜ୍ଜଳଜ୍ୟୋତି ଏସ୍ଏଚ୍‌ ମାଧ୍ୟମରେ ଖାଦ୍ୟ ଯୋଗାଣ ହେଉଥିବା ବେଳେ ୨୦୨୩ ମସିହାରୁ ଉଜ୍ଜ୍ବଳଜ୍ୟୋତି ଏସ୍ଏଚଜିକୁ ଏହି ଦାୟିତ୍ବରୁ ମୁକ୍ତ କରାଯାଇଛି। ଫଳସ୍ବରୂପ ଏବେ କେବଳ ମା’ ସରସ୍ଵତୀ ଏସ୍ଏଚ୍‌ ହିଁ ଶୁଖିଲା ଖାଦ୍ୟ ପ୍ରସ୍ତୁତ କରୁଛି। ୨୦୨୩-୨୦୨୪ ମସିହାରେ ମା’ ସରସ୍ଵତୀ ଏସ୍ଏଚ୍‌ଜିରୁ ପ୍ରସ୍ତୁତ ଛତୁଆ ନିମ୍ନମାନର ରହିଥିବା ନେଇ ଖୋଦ୍ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିଲା। କିନ୍ତୁ ଏଦିଗରେ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ବେଳେ ଏବେ ବି ଶୁଖିଲା ଖାଦ୍ୟ ଓ ଛତୁଆ ଏଠାରୁ ପ୍ରସ୍ତୁତ କରାଯାଉଛି। ସେପଟେ, କେବେ ଛତୁଆ ପରୀକ୍ଷଣ ହେଉଛି ତାହାର ତଥ୍ୟ ମଧ୍ୟ ବିଭାଗ ନିକଟରେ ନଥିବା ନେଇ ସୂଚନା ଅଧିକାର ଆଇନ୍ ଯୋଗେ ମଗାଯାଇଥିବା ତଥ୍ୟରେ ଉତ୍ତର ଦିଆଯାଇଛି। ଅପରପକ୍ଷେ, ବଣ୍ଟନ ହେଉଥିବା ଶୁଖିଲା ଖାଦ୍ୟର ଓଜନରେ ବି ଗଡ଼ବଡ଼ ପରିଲକ୍ଷିତ ହୋଇଛି। କିଶୋରୀ ବାଳିକାଙ୍କୁ ୧ କିଲୋ ମୁଢ଼ ଓ ୧.୫ କେଜି ଭଜା ଚଣା ପ୍ରଦାନ କରାଯାଉଥିବା ବେଳେ ଗର୍ଭବତୀ, ପ୍ରସୂତି ମା’ ମାନଙ୍କୁ ୭୫୦ ଗ୍ରାମ ମୁଢ଼ି ଓ ୧.୫ କେଜି ଭଜା ଚଣା ପ୍ରଦାନ କରାଯିବାର ନିୟମ ରହିଛି। କିନ୍ତୁ ସହରର ପୁରୁଣାବସ୍ତିର ଜଣେ କିଶୋରୀଙ୍କୁ ନିକଟସ୍ଥ ଅଙ୍ଗନୱାଡ଼ିରୁ ମିଳିଥିବା ମୁଢ଼ି ଓଜନ କରିବା ବେଳକୁ ତାହା ୯୮୫ ଗ୍ରାମ୍ ରହିଥିବା ଜଣାପଡ଼ିଥିଲା। ଏହାସହିତ ୧.୫ କେଜିର ଚଣା ପ୍ୟାକେଟ୍ ଓଜନ କରିବା ବେଳକୁ ତାହା ୧ କେଜି ୩୫୭ ଗ୍ରାମ ରହିଥିବା ଜଣାପଡ଼ିଥିଲା। ପ୍ରତିଟି ଚଣା ପ୍ୟାକେଟ୍‌ରେ ୧୫୦ ଗ୍ରାମ ଚଣା କମ୍ ରହୁଥିବା ବେଳେ ପ୍ରତି ମାସରେ ଜିଲ୍ଲାରେ ବଣ୍ଟନ କରାଯାଉଥିବା ୧୦ ହଜାରରୁ ଊର୍ଦ୍ଧ୍ବ ଚଣା ପ୍ୟାକେଟ୍‌ରୁ କେତେ ଚଣା ବାଟମାରଣା ହେଉଛି ତାହା ତଦନ୍ତସାପେକ୍ଷ। ଏହାସହିତ ଏହି ଶୁଖିଲା ଖାଦ୍ୟ ବଣ୍ଟନର କୌଣସି ନିଦ୍ଧିଷ୍ଟ ତାରିଖ ରହୁନଥିବାରୁ କେବେ ମାସର ୪ ତାରିଖ ତ ଆଉ କେତେବେଳେ ମାସର ୨୬ ତାରିଖରେ ଦିଆଯାଉଛି। ଫଳସ୍ବରୂପ ୧୨ ମାସରେ ଅନ୍ୟୁନ ୧ ମାସର ଶୁଖିଲା ଖାଦ୍ୟ ହିତାଧିକାରୀ ହରାଉଥିବା ଅଭିଯୋଗ ହୋଇଛି। ଏନେଇ ମା’ ସରସ୍ବତୀ ଏସ୍ଏଚ୍‌ଜିର ସଭାପତି ସୁକାନ୍ତ ପଟେଲଙ୍କୁ ପଚାରିବାରେ, ଚଣା ଓ ମୁଢ଼ି ଭଜା ହେଲେ ଓଜନ କମିଯାଏ ଓ ଏସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ବି ଜାଣିଛନ୍ତି ବୋଲି ସେ କହିଛନ୍ତି।

ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି

ଜାନୁଆରି ୧ ତାରିଖରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି ଏନେଇ ଗତ ୨୫ ତାରିଖରେ ଡିଏମ୍ଏଫ୍ ସମ୍ମିଳନୀ ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକର ବିବରଣୀ ବାହାରକୁ ଆସିବା ପରେ ବୈଠକରେ ହୋଇଥିବା ଅନେକ କିଛି ନିଷ୍ପତ୍ତି ଏବେ ଚର୍ଚ୍ଚାର ପରିସରକୁ ଆସିଛି। ତେବେ ଏଥର ଦୁଲ୍‌ଦୁଲି ପାଇଁ ଜିଲ୍ଲାର ସମସ୍ତ ସରକାରୀ ବିଭାଗ, ନିଗମ, ପବ୍ଲିକ ଏଣ୍ଟରପ୍ରାଇଜେସ୍ ଅନ୍ୟୁନ ୧ ଲକ୍ଷ ଟଙ୍କା ଲେଖାଏଁ ସେମାନଙ୍କର ଆଇଇସି ପାଣ୍ଠିରୁ ପ୍ରଦାନ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଉକ୍ତ ଟଙ୍କା ସମ୍ପୃକ୍ତ ବିଭାଗର ପ୍ରଚାରପ୍ରସାର ପାଇଁ ଖର୍ଚ୍ଚ କରାଯିବ ବୋଲି ପ୍ରୋସିଡିଂରେ ଉଲ୍ଲେଖ ରହିଛି। ଅର୍ଥାତ୍ ଜିଲ୍ଲାରେ ଥିବା ୪୨ଟି ସରକାରୀ ବିଭାଗ, ୫ରୁ ଅଧିକ ନିଗମ, ପବ୍ଲିକ ଏଣ୍ଟରପ୍ରାଇଜେସ୍‌କୁ ମିଶାଇ ସରକାରୀ କଳରୁ କେବଳ ୫୦ ଲକ୍ଷ ଟଙ୍କାରୁ ଅଧିକ ଆଦାୟ ହେବ। ଏହାସହିତ ଜିଲ୍ଲାରେ ଥିବା ଶିଳ୍ପାନୁଷ୍ଠାନ, ମାଇନିଂ ଗ୍ରୁପ୍, କର୍ପୋରେଟ୍ ସଂସ୍ଥା, ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କଗୁଡ଼ିକୁ ମଧ୍ୟ ଆର୍ଥିକ ସହାୟତା ସହ ମହୋତ୍ସବରେ ସାମିଲ୍ ହେବାକୁ ଅନୁରୋଧ କରାଯିବ। ୧୦ ଲକ୍ଷ ଟଙ୍କାରୁ ଅଧିକ ଅନୁଦାନ ଦେଉଥିବା ସଂସ୍ଥାକୁ ଡାଇମଣ୍ଡ ଗ୍ରୁପ୍‌ରେ, ୫ରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ ଅନୁଦାନ ଦେଉଥିବା ସଂସ୍ଥାକୁ ପ୍ଲାଟିନମ୍ ଗ୍ରୁପ୍‌ରେ ଓ ୨ରୁ୫ ଲକ୍ଷ ଟଙ୍କା ଯାଏ ଅନୁଦାନ ଦେଉଥିବା ଗ୍ରୁପ୍‌କୁ ଗୋଲ୍‌ଡେନ୍‌ ଗ୍ରୁପ୍‌ରେ ସମ୍ବଦ୍ଧିତ କରାଯିବ। ଚଳିତ ବର୍ଷର ମହୋତ୍ସବକୁ ବିଶାଳ ଆକାରରେ ଆୟୋଜନ । କରାଯିବା ସହ ଜାତୀୟସ୍ତରର କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ନାମରେ ନୂଆ ଏକ ବ୍ୟାଙ୍କ୍ ଆକାଉଣ୍ଟ ଖୋଲାଯିବ। ଯାହାକି ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ବାରା ହିଁ ପରିଚାଳିତ ହେବ। ସମସ୍ତ କମିଟି ସେମାନଙ୍କର ବଜେଟ୍ ଫାଇନାନ୍ସ କମିଟି ନିକଟରେ ଦାଖଲ କରିବେ। ଏହି ଆଧାରରେ ଟେଣ୍ଡର କରାଯିବ। ସବୁଠୁ ଗୁରୁତ୍ଵପୂର୍ଣ୍ଣ ହେଉଛି ପ୍ରତି କମିଟିର ନୋଡାଲ୍ ଅଧିକାରୀ ଦାୟିତ୍ବ ଜଣେ ଲେଖାଏ ସରକାରୀ ଅଧିକାରୀଙ୍କୁ ଦିଆଯାଇଥିବା ବେଳେ ଅଧିକରୁ ଅଧିକ ସିଭିଲ ସୋସାଇଟି ସଦସ୍ୟଙ୍କୁ ଏଥିରେ ସାମିଲ୍ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରତି ବିଡିଓ ୨ଟି ଲେଖାଏ ଦଳ ପଠାଇବାର ଦାୟିତ୍ବ ନେବେ । ଭିଆଇପି ଓ ଭିଭିଆଇପିଙ୍କ ପାଇଁ । ଗାଡ଼ିର ବନ୍ଦୋବସ୍ତ ଆର୍‌ଟିଓ କରିବେ।