ଡ୍ରୋନ୍ ମାଧ୍ୟମରେ ୭୦କିମି ଦୂରକୁ ଯାଇ ସେବା ଯୋଗାଇଲା ଭୁବନେଶ୍ବର ଏମ୍ସ
ଭୁବନେଶ୍ବର: ରକ୍ତର ଅଭାବ କାରଣରୁ ଅନେକ ରୋଗୀଙ୍କ ମୃତ୍ୟୁ ହେଉଛି। ରୋଗୀ ପାଇଁ ମହଜୁଦ ପରିମାଣର ରକ୍ତ ନମିଳିବା ଅଥବା ଠିକ୍ ସମୟରେ ନ ପହଞ୍ଚିବା କାରଣରୁ ରୋଗୀମାନଙ୍କର ମୃତ୍ୟୁ ହେଉଥିବା ଅନେକ ଥର ଅଭିଯୋଗ ହେଉଛି। ଅନ୍ୟପଟରେ ରୋଗୀଙ୍କ ଆବଶ୍ୟକତା ଅନୁସାରେ ସବୁ ଡାକ୍ତରଖାନାରେ ରକ୍ତ ଉପଲବ୍ଧ ହୋଇପାରୁ ନଥିବାରୁ ଭୁବନେଶ୍ବର ଏମ୍ସ ରୋଗୀଙ୍କ ପାଖରେ ଡ୍ରୋନ୍ ସାହାଯ୍ୟରେ ରକ୍ତ ପହଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଛି। ଭୁବନେଶ୍ୱର ଏମସରେ ଆଜି ପ୍ରଥମ ଥର ପାଇଁ ଏହି ଡ୍ରୋନ୍ ସେବା ପରୀକ୍ଷଣ କରାଯାଇଛି।