ଡ.ଅଚ୍ୟୁତ ସାମନ୍ତଙ୍କୁ ଷଷ୍ଠ ସମ୍ମାନସୂଚକ ଫେଲୋସିପ୍
ଗତ ମାର୍ଚ୍ଚ ମାସରେ ଇନ୍ଷ୍ଟିଚ୍ୟୁସନ୍ ଅଫ୍ ଫାୟାର୍ ଇଞ୍ଜିନିୟର୍ସ କାର୍ଯ୍ୟକାରିଣୀ ପରିଷଦର ଜୁରି ସଦସ୍ୟଙ୍କ ଦ୍ୱାରା ଡ. ଅଚ୍ୟୁତ ସାମନ୍ତଙ୍କ ନାମ ଚୟନ କରାଯାଇଥିଲା । ଆଜି ଡ. ସାମନ୍ତ ଏହି ଫେଲୋସିପ ଗ୍ରହଣ କରି ଇନ୍ଷ୍ଟିଚ୍ୟୁସନ୍ ଅଫ୍ ଫାୟାର୍ ଇଞ୍ଜିନିୟର୍ସକୁ କୃତଜ୍ଞତା ଜଣାଇବା ସହ ଏହାର ମହାନିର୍ଦ୍ଦେଶକ ଡ. ୟୁ ଏସ୍ ଛିଲ୍ଲାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ହେଉଛି ଡ. ଅଚ୍ୟୁତ ସାମନ୍ତଙ୍କର ୬ଷ୍ଠ ଫେଲୋସିପ । ଏହା ପୂର୍ବରୁ ଆଇଏସ୍ଟିଇ, ସିଏସ୍ଆଇ, ଆଇସିଏ, ଏପିଏସିଏଚ୍ ଓ ଲଣ୍ଡନର ରୟାଲ ସୋସାଇଟି ଅଫ୍ କେମିଷ୍ଟ୍ରି ଭଳି ଦେଶ ବିଦେଶର ଖ୍ୟାତି ସମ୍ପନ୍ନ ୫ଟି ଅନୁଷ୍ଠାନରୁ ଫେଲୋସିପ ପାଇସାରିଛନ୍ତି । ଏହି ଅବସରରେ କିସ୍ ଓ ଇନ୍ଷ୍ଟିଚ୍ୟୁସନ୍ ଅଫ୍ ଫାୟାର୍ ଇଞ୍ଜିନିୟର୍ସ ଇଣ୍ଡିଆ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଏହି ବୁଝାମଣା ଫଳରେ କିସ୍ର ୧ଶହ ଛାତ୍ରଛାତ୍ରୀ ଫାୟାର୍ ଇଞ୍ଜିନିୟରିଂ ତାଲିମ୍ ପାଇପାରିବେ । ଏହା ଦ୍ୱାରା କିସ୍ର ବହୁ ଛାତ୍ରଛାତ୍ରୀ ଭବିଷ୍ୟତରେ ଉପକୃତ ହୋଇପାରିବେ ବୋଲି ଡ. ଅଚ୍ୟୁତ ସାମନ୍ତ ସୂଚନା ଦେଇଛନ୍ତି ।