ଜଙ୍ଗଲ ନିଆଁ: ୧୭୪୬ଟି ସ୍ଥାନରେ ବନାଗ୍ନି

ଭୁବନେଶ୍ବର:  ଜଙ୍ଗଲ ଜଳୁଛି । ହେଲେ ନିଘା କାହାର ନାହିଁ । କିଛି ଦିନ ଧରି ଏହି ଖବର ପ୍ରତିଦିନ ବାହାରୁଛି । କିନ୍ତୁ କିପରି ଲିଭାଯିବ ସେନେଇ କିଛି ଉତ୍ତର କାହା ପାଖରେ ନାହିଁ । କେଉଁଠି ୭ଦିନ ହେଲା ଜଙ୍ଗଲ ଜଳୁଛି ତ ଆଉ କେଉଁଠି ୪ଦିନ। ଶିମିଳିପାଳରୁ ଚନ୍ଦକା-ଡମପଡ଼ା ହେଉ ଅଥବା ସୁନାବେଡ଼ାରୁ ଦଶପଲ୍ଲା। ସବୁଠି ଏବେ ସମାନ ଚିତ୍ର। ଗୋଟିଏ ଗୋଟିଏ ରେଞ୍ଜର ୫ରୁ ୭ଟି ସ୍ଥାନରେ ନିଆଁ ଲାଗିଛି। ପ୍ରତିଦିନ ଗୋଟିଏ ପରେ ଗୋଟିଏ ନୂଆ ବନଖଣ୍ଡ ନିଆଁର ଆଁ ଭିତରକୁ ପ୍ରବେଶ କରୁଥିଲେ ମଧ୍ୟ ବନ ବିଭାଗର ସମସ୍ତ ଉଦ୍ୟମ ଫେଲ୍‌ ମାରିଛି। ଏପର୍ଯ୍ୟନ୍ତ ଆୟତ୍ତକୁ ଆସିପାରୁନି ରାଜ୍ୟର ଜଙ୍ଗଲ ନିଆଁ।