ଜଗା ଦର୍ଶନ କଲେ ମମତା ବାନାର୍ଜୀ
ପୁରୀ ଜିଲ୍ଲା ପ୍ରଶାସନ ପଶ୍ଚିମବଙ୍ଗର ପର୍ଯ୍ୟଟକଙ୍କ ଉଦେଶ୍ୟରେ ‘ପଶ୍ଚିମବଙ୍ଗ ଭବନ’ ନିର୍ମାଣ ପାଇଁ ଜାଗା ଦେଇଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଜିଲ୍ଲାପାଳ ସମର୍ଥ ବର୍ମା, ମୁଖ୍ୟମନ୍ତ୍ରୀ ମମତାଙ୍କୁ ଏହି ଜାଗା ଦେଖାଇଛନ୍ତି। ପଶ୍ଚିମବଙ୍ଗରୁ ଶ୍ରୀକ୍ଷେତ୍ର ଆସୁଥିବା ଦର୍ଶନାର୍ଥୀଙ୍କ ପାଇଁ ହେବ ଏହି ଜାଗାରେ ଅତିଥି ଭବନ ନିର୍ମାଣ ହେବ। ବଙ୍ଗୀୟ ପର୍ଯ୍ୟଟକମାନେ ସ୍ୱଳ୍ପ ଖର୍ଚ୍ଚରେ ଅତିଥି ଭବନରେ ରହିପାରିବେ। ପୁରୀର ଶାମୁକା ପ୍ରକଳ୍ପ ଅଞ୍ଚଳରେ ମଙ୍ଗଳା ନଦୀକଡ଼ରେ ‘ପଶ୍ଚିମବଙ୍ଗ ଭବନ’ ନିର୍ମାଣ ପାଇଁ ମିଳିଥିବା ଜାଗାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପସନ୍ଦ କରିଛନ୍ତି। ଏହା ପରେ ମମତା ବାନାର୍ଜୀ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପ୍ରଥମେ ସେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହିତ ଆଶୀର୍ବାଦ ନେଇଥିଲେ। ପରେ ସେ ମନ୍ଦିର ପରିସରରେ ମା’ ଲକ୍ଷ୍ମୀ, ବିମଳା ତଥା ଅନ୍ୟ ଦେବାଦେବୀଙ୍କୁ ଦର୍ଶନ କରିଥିଲେ।