କୁକୁଡ଼ା ଲ୍ୟାମ୍ପସ ପରିଚାଳନ ନିର୍ଦେଶକ ଙ୍କ ବାସଭବନ ରେ ଭିଜିଲାନ୍ସ ଚଢ଼ାଉ
ରାଜଗାଙ୍ଗପୁର :-ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା କୁକୁଡ଼ା ଲ୍ୟାମ୍ପସ ପରିଚାଲନ ନିର୍ଦେଶକ ଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଥିବା ଜଣାପଡ଼ିଛି |ପ୍ରାପ୍ତ ସୂଚନା ଅନୁଯାୟୀ ରାଜଗାଙ୍ଗପୁର କୁକୁଡ଼ା ଲ୍ୟାମ୍ପସ ପରିଚାଳନ ନିର୍ଦେଶକ ପରୀକ୍ଷିତ ସାହୁ ଦୀର୍ଘ ୧୫ ବର୍ଷ ଧରି କୁକୁଡ଼ା ଲ୍ୟାମ୍ପସ ରେ କାର୍ଯ୍ୟ କରୁଥିବା ବେଳେ ସେଠାରେ ଚାଷୀଙ୍କୁ ରଣ ପ୍ରଦାନ ଓ ଚାଷୀଙ୍କୁ ବିକ୍ରି କରିବାକୁ ଆସିଥିବା ସାର ବିକ୍ରୟ କୁ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା |
ଏହା ସହ ଲ୍ୟାମ୍ପସ ରେ ବହୁ କାର୍ଯ୍ୟ ରେ ଅନିୟମିତା ନେଇ ଅଭିଯୋଗ ହେଉଅଥିବା ବେଳେ ଆଜି ସଖାଳେ ଏହାକୁ ଦୃଷ୍ଟିରେ ରଖି ସଖାଳ ପ୍ରାୟ ୬ ଟା ସମୟରେ ସୁନ୍ଦରଗଡ଼ ଭିଜିଲାନ୍ସ ତରଫରୁ ଏକ ୨୦ ଜଣିଆ ଟିମ୍ ପରୀକ୍ଷିତ ସାହୁ ଙ୍କ ରାଜଗାଙ୍ଗପୁର ସହର ସ୍ଥିତ ଭାଟା ପଡା ବାସ ଭବନରେ ଓ ତାଙ୍କ ଲ୍ୟାମ୍ପସ କାର୍ଯ୍ୟାଳୟ ରେ ଚଢ଼ାଉ କରିଥିଲେ |ଏହି ଚଢ଼ାଉ ସୁନ୍ଦରଗଡ଼ ଭିଜିଲାନ୍ସ ଡି ଏସ୍ ପି ସୁଧାଂଶୁ ପୂଜାରୀ ଙ୍କ ନେତୃତ୍ୱ ରେ ହୋଇଥିବା ବେଳେ ଏହି ୨୦ ଜଣିଆ ଭିଜିଲାନ୍ସ ଟିମ,ତାଙ୍କ ବାସଭବନରେ ଥିବା ଆସବାସ ପତ୍ର ,ଯାବତୀୟ କାଗଜ ପତ୍ର ଓ ଘର ର କୋଣ ଅନୁକୋଣ ଯାଞ୍ଚ କରାଯାଉଥିବା ବେଳେ ଆୟ ବହିର୍ଭୁତ ସମ୍ପତି ପରୀକ୍ଷିତ ସାହୁଙ୍କ ରହିଥିବା ନେଇ ଏହି ଚଢ଼ାଉ କରାଯାଇଛି |
ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବା ବେଳେ ଏ ପ୍ରଯ୍ୟନ୍ତ ମଧ୍ୟ କୋଣସି ତଥ୍ୟ ମିଳିନଥିବା ଜଣା ପଡ଼ିଛି |ଏ ନେଇ ଭିଜିଲାନ୍ସ ଟିମ୍ ଅଧିକାରୀ ଙ୍କ ପ୍ରତିକ୍ରିୟା ନେବାକୁ ଚାହିଁ ଥିବା ବେଳେ ସେମାନେ କୋଣସି ଉତ୍ତର ଦେଇ ନ ଥିବା ଜଣାପଡିଛି |