ଓଡିଆଙ୍କ ବଡପର୍ବ ମକର ସଂକ୍ରାନ୍ତି , ମକର ଚୌରାସି ବେଶରେ ଶ୍ରୀଜିଉ

ଓଡିଆଙ୍କ ବଡପର୍ବ ମକର ସଂକ୍ରାନ୍ତି , ମକର ଚୌରାସି ବେଶରେ ଶ୍ରୀଜିଉ

ମେଟ୍ରୋ ଟିଭି ଓଡିଶା,୧୪/୧: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଭାରତବର୍ଷରେ ଏହି ମକର ସଂକ୍ରାନ୍ତି ବହୁ ଧୂମଧାମରେ ପାଳନ କରନ୍ତି । କିନ୍ତୁ କରୋନା ପାଇଁ ଧାର୍ମିକ ପୀଠସ୍ଥଳକୁ ଭକ୍ତଙ୍କୁ ବାରଣ କରାଯାଇଛି । ମକର ମେଳା ପାଇଁ ଲକ୍ଷ ଲକ୍ଷ ଲୋକ ବୁଡ ପକାଉଛନ୍ତି ।କଟକଣା ଅନୁସାରେ, ପୋଖରୀ, ନଦୀ କିମ୍ବା କୌଣସି ଜଳାଶୟରେ ସମୂହ ସ୍ନାନ ହୋଇପାରିବ ନାହିଁ । ପବିତ୍ର ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ପାଳନ ହେଉଛି ମହାପ୍ରଭୁଙ୍କ ମକର ନୀତି । ଆଜି ଭୋରରୁ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ମହାପ୍ରଭୁଙ୍କ ଆଳତି ଓ ଅବକାଶ ନୀତି ବଢିବ ପରେ ଶ୍ରୀଜିଉମାନଙ୍କ ପଟା ପହରଣ ଲାଗି କରାଯିବା ସହ ତ୍ରିମୁଣ୍ଡିରେ ମକରଚୂଳ ଲାଗି କରିବାର ପରମ୍ପରା ରହିଛି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜିଠାରୁ ସୂର୍ଯ୍ୟଙ୍କ ଆରମ୍ଭ ହେବ ଉତ୍ତରାୟଣ ଗତି।ଏହି ଅବସରରେ ମାଳଚୂଳ ଅଳଙ୍କାର ପିନ୍ଧି ମକର ଚୌରାସି ବେଶରେ ସଜ୍ଜିତ ହୋଇଥାନ୍ତି ଶ୍ରୀଜିଉ। ପରମ୍ପରା ଅନୁଯାୟୀ ଗତକାଲି ମହାପ୍ରଭୁଙ୍କୁ ନବାଙ୍କ ବେଶରେ ସଜ୍ଜିତ କରାଯାଇଥିଲା । ପୁଷ୍ପ ଅଳଙ୍କାରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଭୂଷିତ ହୋଇଥିଲେ । ଏଥିସହ ଚାଉଳ ମେଲାଣ ଓ ଫଉଳ ମେଲାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ନବୀଙ୍କ ବେଶରେ ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ସୋଲ ନିର୍ମିତ ମକର କୁଣ୍ଡଳ ଓ ଶଙ୍ଖ, ଚକ୍ର, ହଳ ଓ ମୁଷଶ ଆଦି ଧାରଣ କରିଥାଆନ୍ତି । ଗତ ସଂକ୍ରାନ୍ତିଠାରୁ ମହାଲକ୍ଷ୍ମୀ ନିଜ ବାପାଘରକୁ ଯାଇଥିବା ବେଳେ ଆଜି ଶ୍ରୀମନ୍ଦିରକୁ ବାହୁଡ଼ିବା ପରମ୍ପରା ରହିଛି । କୁମ୍ଭକାର ସେବାୟତଙ୍କ ଦ୍ବାରା ପ୍ରସ୍ତୁତ ମକର ତାଡକୁ ଅଲାମ ଚଣ୍ଡି ମନ୍ଦିରରୁ ଶ୍ରୀମନ୍ଦିରକୁ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇଥିଲା । ଏହି ମାଟିତାଡ ସାହାଯ୍ୟରେ ମହାପ୍ରଭୁଙ୍କ ପାଖରେ ଏହା ଭୋଗ କରାଯିବା ପରେ ଭକ୍ତଙ୍କୁ ବାଣ୍ଟି ଦିଆଯାଏ। କରୋନା କଟକଣା ପାଇଁ ଭୁବନେଶ୍ୱରରେ ନଦୀ ଓ ଜଳାଶୟରେ ମକର ବୁଡ଼ ପକାଇବା ପାଇଁ ନିଷେଧାଦେଶ ଜାରି କରିଛି ବିଏମସି ।