ଓଡ଼ିଶାକୁ ଭୂମିକମ୍ପର ଭୟ । କେନ୍ଦ୍ର ସରକାରଙ୍କ ଗୃହ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରାଳୟ ଅଧୀନରେ ଥିବା ଜାତୀୟ ବିପର୍ଯ୍ୟୟ ପ୍ରଶମନ ବିଭାଗ -NDMA ଦ୍ୱାରା ପ୍ରକାଶିତ ଆର୍ଥକ୍ୱେକ୍ ହାଜାର୍ଡ ଜୋନିଂ ଆଟଲାସ ଅଫ୍ ଇଣ୍ଡିଆ-୨୦୧୬ ତଥ୍ୟ ଅନୁସାରେ ଓଡ଼ିଶା ଭୂକମ୍ପ ପ୍ରବଣ ରାଜ୍ୟ । ତେବେ ଭୁକମ୍ପ ପ୍ରତି ଭୟ କେତେ ଓ କେଉଁ କେଉଁ ଜିଲ୍ଲାକୁ ଏହି ବପଦ ରହିଛି ନଜର ପକାଇନେବା ।NDMA ଅନୁସାରେ ରାଜ୍ୟର ୧୫ ଜିଲାକୁ ଭୂମିକମ୍ପ ବିପଦ ରହିଛି। ପୁରୀକୁ ରହିଛି ଭୁକମ୍ପ ଭୟ , ଖୋର୍ଦ୍ଧାକୁ ରହୁଛି , କେନ୍ଦ୍ରାପଡ଼ା, ଜଗତ୍ ସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବାଲେଶ୍ୱର ଓ ମୟୂରଭଞ୍ଜ। ଉକ୍ତ ଜିଲାଗୁଡ଼ିକୁ ମଧ୍ୟମ ଧରଣ ଭୂମିକମ୍ପପ୍ରବଣ ଅଞ୍ଚଳ ଜୋନ-୩ ଭାବେ ଘୋଷଣା କରାଯାଇଛି।ବିଧାନସଭା ରେ ତାରା ପ୍ରସାଦ ବାହିନୀପତିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଗୁରୁବାର ବିଧାନସଭାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ସୂଚନା ଦେଇଛନ୍ତି। ପ୍ରଶ୍ନ ରହିଥିଲା ଯେ ରାଜ୍ୟର କେଉଁ କେଉଁ ଜିଲାକୁ ଭୂକମ୍ପପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି ? କେଉଁ ଅଞ୍ଚଳ ସମ୍ବେଦନଶୀଳ ଏବଂ ଅଣ ସମ୍ବେଦନଶୀଳ। ଏହି ଜିଲ୍ଲାଗୁଡ଼ିକ ମଧ୍ୟମ ଧରଣର ଭୂକମ୍ପପ୍ରବଣ ଜୋନ୍ ଭାବେ ଚିହ୍ନଟ ହୋଇଥିବା କୁହାଯାଇଛି ।ଏହାସହ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାକୁ ଗୁରୁତ୍ବ ଦିଆଯାଇଥିବା ମଧ୍ୟ ସରକାର ଉଲ୍ଲେଖ କରିଛନ୍ତି
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post