ଓଡ଼ିଶାକୁ ଭୂମିକମ୍ପର ଭୟ । କେନ୍ଦ୍ର ସରକାରଙ୍କ ଗୃହ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରାଳୟ ଅଧୀନରେ ଥିବା ଜାତୀୟ ବିପର୍ଯ୍ୟୟ ପ୍ରଶମନ ବିଭାଗ -NDMA ଦ୍ୱାରା ପ୍ରକାଶିତ ଆର୍ଥକ୍ୱେକ୍ ହାଜାର୍ଡ ଜୋନିଂ ଆଟଲାସ ଅଫ୍ ଇଣ୍ଡିଆ-୨୦୧୬ ତଥ୍ୟ ଅନୁସାରେ ଓଡ଼ିଶା ଭୂକମ୍ପ ପ୍ରବଣ ରାଜ୍ୟ । ତେବେ ଭୁକମ୍ପ ପ୍ରତି ଭୟ କେତେ ଓ କେଉଁ କେଉଁ ଜିଲ୍ଲାକୁ ଏହି ବପଦ ରହିଛି ନଜର ପକାଇନେବା ।NDMA ଅନୁସାରେ ରାଜ୍ୟର ୧୫ ଜିଲାକୁ ଭୂମିକମ୍ପ ବିପଦ ରହିଛି। ପୁରୀକୁ ରହିଛି ଭୁକମ୍ପ ଭୟ , ଖୋର୍ଦ୍ଧାକୁ ରହୁଛି , କେନ୍ଦ୍ରାପଡ଼ା, ଜଗତ୍ ସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବାଲେଶ୍ୱର ଓ ମୟୂରଭଞ୍ଜ। ଉକ୍ତ ଜିଲାଗୁଡ଼ିକୁ ମଧ୍ୟମ ଧରଣ ଭୂମିକମ୍ପପ୍ରବଣ ଅଞ୍ଚଳ ଜୋନ-୩ ଭାବେ ଘୋଷଣା କରାଯାଇଛି।ବିଧାନସଭା ରେ ତାରା ପ୍ରସାଦ ବାହିନୀପତିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଗୁରୁବାର ବିଧାନସଭାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ସୂଚନା ଦେଇଛନ୍ତି। ପ୍ରଶ୍ନ ରହିଥିଲା ଯେ ରାଜ୍ୟର କେଉଁ କେଉଁ ଜିଲାକୁ ଭୂକମ୍ପପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି ? କେଉଁ ଅଞ୍ଚଳ ସମ୍ବେଦନଶୀଳ ଏବଂ ଅଣ ସମ୍ବେଦନଶୀଳ। ଏହି ଜିଲ୍ଲାଗୁଡ଼ିକ ମଧ୍ୟମ ଧରଣର ଭୂକମ୍ପପ୍ରବଣ ଜୋନ୍ ଭାବେ ଚିହ୍ନଟ ହୋଇଥିବା କୁହାଯାଇଛି ।ଏହାସହ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାକୁ ଗୁରୁତ୍ବ ଦିଆଯାଇଥିବା ମଧ୍ୟ ସରକାର ଉଲ୍ଲେଖ କରିଛନ୍ତି
Trending
- ଭାରତୀୟ ବାୟୁସେନା ଦିବସରେ ଶକ୍ତି ଦେଖାଇଲା ବାୟୁ ସେନା
- ଆଜି ରାଜ୍ୟବ୍ୟାପୀ ଓକିଲଙ୍କ କଲମଛାଡ଼ ଆନ୍ଦୋଳନ
- କଟକରେ ସ୍ଵାଭାବିକ ହୋଇଛି ଇଣ୍ଟରନେଟ ସେବା
- ବିଳାସପୁରରେ ଭୂସ୍ଖଳନ ଯୋଗୁଁ ୧୮ ମୃତ , ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
- କେଜରିୱାଲଙ୍କୁ ମିଳିଲା ସରକାରୀ କ୍ବାର୍ଟର
- ୩୬ଘଣ୍ଟା ପରେ କଟକରେ କର୍ଫ୍ୟୁ କୋହଳ
- ଗୁଳିମାଡ଼ରେ ବିଜେପି ନେତା ପୀତବାସ ପଣ୍ଡା।ଙ୍କ ମୃତ୍ୟୁ
- ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର: ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ
- ପୋଲିସ ଏସ୍ଆଇ ନିଯୁକ୍ତି ଘଟଣା: ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କ’ଣ ଦରକାର ପଡ଼ିଲେ ଏନ୍ଆଇଏ ତଦନ୍ତ ହେବ
- କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ
Prev Post
Next Post