୨୪ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ଗଠିତ ବିଜେପି ସରକାରଙ୍କ ପକ୍ଷରୁ ଆଜି ପ୍ରକାଶିତ ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା କୁହାଯାଇଛି। ଅର୍ଥନୀତି ଆଗକୁ ବଢ଼ିବା ଫଳରେ ରାଜ୍ୟବାସୀଙ୍କ ମୁଣ୍ଡପିଛା ଆୟ ବଢ଼ି ୨୦୨୩-୨୪ରେ ୧,୬୧,୪୩୭ ଟଙ୍କାରେ ପହଞ୍ଚିଛି। ତେବେ ଦେଶର ମୁଣ୍ଡପିଛା ଆୟ ୧,୮୪,୨୦୫ ଟଙ୍କା ରହିଛି। ତେଣୁ ଜାତୀୟ ସ୍ତର ତୁଳନାରେ ରାଜ୍ୟରେ ମୁଣ୍ଡପିଛା ଆୟ ୧୨.୪ ପ୍ରତିଶତ କମ୍ ରହିଛି। ୨୦୧୫-୧୬ ପରଠାରୁ ଓଡ଼ିଶାର ମୁଣ୍ଡପିଛା ଆୟ ବାର୍ଷିକ ୧୨.୧ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ୧୭ଟି ପ୍ରମୁଖ ରାଜ୍ୟ ତାଲିକାରେ ଓଡ଼ିଶା ୨୦୨୨-୨୩ରେ ଏକାଦଶ ସ୍ଥାନରେ ରହିଛି। ନାଗରିକଙ୍କ ମୁଣ୍ଡପିଛା ଆୟ ବୃଦ୍ଧି ଏବଂ ବିକଶିତ ଭାରତର ଲକ୍ଷ୍ୟ ସାଧନ ପାଇଁ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ରାଜ୍ୟ ଏହାର ବିକାଶମୂଳକ ଏବଂ ଅଭିବୃଦ୍ଧି ପ୍ରୟାସକୁ ତ୍ବରାନ୍ବିତ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି।ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ମଧ୍ୟ ଓଡ଼ିଶା ସଫଳତା ହାସଲ କରିଛି। ନିତି ଆୟୋଗ ଅନୁଯାୟୀ ବହୁମୁଖୀ ଦାରିଦ୍ର୍ୟ ଅନୁପାତ ୨୦୧୫-୧୬ରେ ୨୯.୩ ପ୍ରତିଶତ ଥିବାବେଳେ ୨୦୧୯-୨୧ରେ ୧୫.୭ ପ୍ରତିଶତକୁ ହ୍ରାସ ପାଇଛି। ୨୦୧୫-୧୬ରୁ ୨୦୧୯-୨୧ ମଧ୍ୟରେ ରାଜ୍ୟରେ ୬୨ ଲକ୍ଷରୁ ଅଧିକ ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି। ଏହାସତ୍ତ୍ବେ ବହୁବଧି ଦାରିଦ୍ର୍ୟ ମୁଣ୍ଡ ଗଣତି ଅନୁସାରେ ପ୍ରମୁଖ ୧୭ଟି ରାଜ୍ୟ ମଧ୍ୟରେ ଓଡ଼ିଶା ଷଷ୍ଠ ସ୍ଥାନରେ ରହିଛି। ରାଜ୍ୟର ଲୋକଙ୍କୁ ଦାରିଦ୍ର୍ୟ କବଳରୁ ମୁକ୍ତ କରିବା ପାଇଁ ନିରନ୍ତର ପ୍ରଚେଷ୍ଟା ଆବଶ୍ୟକ ବୋଲି ସରକାର ରିପୋର୍ଟରେ ଦର୍ଶାଇଛନ୍ତି। ୨୦୨୩-୨୪ରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅଭିବୃଦ୍ଧି ୩.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ୨୦୨୩-୨୪ରେ ମୋଟ ରାଜ୍ୟ ସଂଯୋଗିତ ମୂଲ୍ୟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅବଦାନ ୨୦.୪ ପ୍ରତିଶତ ରହିଛି। ଅଧିକରୁ ଅଧିକ ଧାନ ଜମିକୁ ଅଣଧାନ ଫସଲ ଅଧୀନକୁ ଆଣିବା ଏବଂ କୃଷକଙ୍କ ଆୟ ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ କୁହାଯାଇଛି। ସେହିଭଳି ୨୦୨୩-୨୪ରେ ଓଡ଼ିଶାରେ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ୮.୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ୨୦୨୩-୨୪ରେ ରାଜ୍ୟର ଜିଏସ୍ଭିଏ (ମୋଟ ରାଜ୍ୟ ମୂଲ୍ୟ ଯୋଗ)ରେ ଶିଳ୍ପ କ୍ଷେତ୍ରର ଅବଦାନ ୪୩.୨ ପ୍ରତିଶତ ରହିଛି। ଓଡ଼ିଶାର ଶିଳ୍ପ ମୁଖ୍ୟତଃ ମୌଳିକ ଧାତୁ ଓ ଖଣିଜ ଭିତ୍ତିକ ଶିଳ୍ପ ଉପରେ ନିର୍ଭରଶୀଳ। ଏହାକୁ ଅନ୍ୟାନ୍ୟ କ୍ଷେତ୍ରକୁ ବିକେନ୍ଦ୍ରୀକରଣ କରିବାର ଆବଶ୍ୟକତା ରହିଛି। ସେହିଭଳି ୨୦୨୩-୨୪ରେ ସେବା କ୍ଷେତ୍ରର ଅଭିବୃଦ୍ଧି ୯.୨ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ରାଜ୍ୟ ଅର୍ଥନୀତିରେ ସେବା କ୍ଷେତ୍ରର ଯୋଗଦାନ ୩୬ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି।
Trending
- ବନ୍ୟଜନ୍ତୁ ଆକ୍ରମଣ ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି
- ଲାଞ୍ଚ ନେଇ ଜେଲ ଗଲେ ଉପଜିଲ୍ଲାପାଳ
- କେରଳ ଉପକୂଳରେ ସିଙ୍ଗାପୁରର କଣ୍ଟେନର ଜାହାଜ ରେ ବିସ୍ଫୋରଣ
- ଦେଶର ଦ୍ବିତୀୟ ସର୍ବବୃହତ ଭାୟାଡକ୍ଟ ସେତୁ ଓଡ଼ିଶାରେ ନିର୍ମାଣ ,୨୦୨୬ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ସେତୁ ନିର୍ମାଣ କାର୍ଯ୍ୟ ଶେଷ
- ହନିମୁନକୁ ନେଇ ସ୍ବାମୀଙ୍କୁ ହତ୍ୟା କରିଥିଲେ ସ୍ତ୍ରୀ ସୋନମ୍
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
Prev Post
Next Post