ଭିକ ନୁହେଁ । ଆମକୁ ଆମ ହକ ଦିଅ । ପଦ୍ମପୁର ଉପଖଣ୍ଡକୁ ତୁରନ୍ତ ଜିଲ୍ଳା ଘୋଷଣା କର । ଧାନର ସହାୟକ ମୂଲ୍ୟ 5 ହଜାର ଟଙ୍କା କର । ଚାଷୀ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ସମ୍ପୂର୍ଣ୍ଣ କୃଷି ଋଣ ଛାଡ଼ କର । ଏଭଳି 14ଦଫା ଦାବି ନେଇ ପଦ୍ମପୁରରେ ଦମ ଦେଖାଇଛି ରାଜବୋଡ଼ାସମ୍ବର କୃଷକ ସଂଗଠନ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳା ନେଇ ଏକାଠି ହୋଇଛନ୍ତି ପଶ୍ଚିମଓଡ଼ିଶାର ହଜାର ହଜାର ଚାଷୀ । ଆଉ ଏହି ଚାଷୀଙ୍କ ଆନ୍ଦୋଳନରେ ସାମିଲ ହୋଇ ସମର୍ଥନ ଜଣାଇଛନ୍ତି ସଂଯୁକ୍ତ କିଷାନ ମୋର୍ଚା ଦିଲ୍ଲୀ ଓ ଭୁବନେଶ୍ୱର ପ୍ରତିନିଧି ଦଳ ଏବଂ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ମୟ ସମିତି । ରାଜବୋଡ଼ା ସମ୍ବର କୃଷକ ସଂଗଠନ ଡାକରାରେ ପଦ୍ମପୁର ଆରଏମସି ପ୍ରାଙ୍ଗଣରୁ ଚାଷୀଙ୍କ ଏକ ବିଶାଳ ରାଲି ବାହାରି ସହର ପରିକ୍ରମା କରିଥିଲା । ଏହାପରେ ଆୟୋଜିତ ସାଧାରଣ ସଭାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଚାଷୀ ସମୁହ । ଆସନ୍ତା 2024 ଜାନୁୟାରୀ 1 ତାରିଖ ସୁଦ୍ଧା ସରକାର ଦାବି ପୂରଣ ନ କଲେ ପଦ୍ମପୁର ସହରରେ ଥିବା ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନରେ ବରଗଡ଼ ଜିଲ୍ଲା ନାଁକୁ ଲିଭାଇ ପଦ୍ମପୁର ଜିଲ୍ଲା ବୋଲି ଲେଖାଯିବ ବୋଲି କଡ଼ା ଚେତାବନି ଦେଇଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳା ପ୍ରତିବାଦରେ ଏକାଠି ହେଲେ ବରଗଡ଼ ଜିଲ୍ଲାର 12ଟି ବ୍ଳକ ସମେତ ପଶ୍ଚିମଓଡ଼ିଶାର ହଜାରହଜାର ଚାଷୀ । ମରୁଡ଼ି ପ୍ରବଣ ପଦ୍ମପୁର ଉପଖଣ୍ଡରେ ନା ଅଛି ଜଳସେଚନ ସୁବିଧା ନା ବେକାର ଯୁବକ, ଯୁବତୀ, ଶ୍ରମିକଙ୍କୁ ମିଳୁଛି କାମଧନ୍ଦା । ଆଜିବି ରୋଜଗାର ଅଭାବରୁ ଅନ୍ୟତ୍ର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଶ୍ରମିକ ଓ ବେକାର ଯୁବକ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ପ୍ରତିବାଦରେ ପଦ୍ମପୁରରେ ଆୟୋଜିତ ଚାଷୀ ଚେତାବନି ସମାବେଶରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିଛନ୍ତି ଚାଷୀ ସଂଗଠନ । ଆଉ ଏହି ଚାଷୀଙ୍କ ଆନ୍ଦୋଳନରେ ସାମିଲ ହୋଇ ସମର୍ଥନ ଜଣାଇଛନ୍ତି ସଂଯୁକ୍ତ କିଷାନ ମୋର୍ଚା ଦିଲ୍ଲୀ ଓ ଭୁବନେଶ୍ୱର ପ୍ରତିନିଧି ଦଳ ଏବଂ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ମୟ ସମିତି ।
Trending
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ
- ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଉପରାଷ୍ଟ୍ରପତି
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର