ଆଜିଠୁ ଆରମ୍ଭ ହେଲା ଓଡିଶା ସିଭିଲ ସିର୍ଭିସ ୨୦୨୦ପରୀକ୍ଷା

ଆଜିଠୁ ଆରମ୍ଭ ହେଲା ଓଡିଶା ସିଭିଲ ସିର୍ଭିସ ୨୦୨୦ପରୀକ୍ଷା

ମେଟ୍ରୋ ଟିଭି ଓଡିଶା,୨୦/୧ : ଆଜିଠୁ ଆରମ୍ଭ ହୋଇଛି ସିଭିଲ ସିର୍ଭିସ ୨୦୨୦ ପରୀକ୍ଷା । ରାଜ୍ୟରେ ପ୍ରାୟ ୪ହଜାର ୭୫୪ ପ୍ରାର୍ଥୀ ପରୀକ୍ଷା ଦେଉଛନ୍ତି । କୋଭିଡ କଟକଣା ମଧ୍ୟରେ ଚାଲିଛି ପରୀକ୍ଷା। ୨ଟି ସିଟିଂରେ ପ୍ରଥମ ଦିନରେ ଓଡ଼ିଆ ଓ ଇଂରାଜୀ ବିଷୟରେ ପରୀକ୍ଷା ଦେଉଛନ୍ତି । ପ୍ରଥମ ସିଟିଂ ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟା ଯାଏ ଓ ୨ୟ ସିଟିଂ ଦିନ ୨ଟାରୁ ଆରମ୍ଭ ହୋଇ ସଂଧ୍ୟା ୫ଟା ଯାଏ ଚାଲିବ। ଫେବ୍ରୁଆରୀ ୮ ଯାଏ ଚାଲିବ ପରୀକ୍ଷା ।


ସୂଚନା ଅନୁଯାୟୀ , ଓଡିଶା ସିଭିଲ ସିର୍ଭିସ ୨୦୨୦ ମୁଖ୍ୟ ପରୀକ୍ଷା ପାଇଁ ଓପିଏସସି ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛି । କୋଭିଡର ସମସ୍ତ ନିୟମ ମାନିବା ସହ ପରୀକ୍ଷାର୍ଥୀ ସାଙ୍ଗରେ ଘ-୯୫ ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି । ହଲ୍ ଭିତରେ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ । କୋଭିଡ ଲକ୍ଷଣ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ପରୀକ୍ଷା ଗୃହରେ ସେମାନେ ପରୀକ୍ଷା ଦେବେ । ପରୀକ୍ଷାଟି କିପରି ଠିକ ରୂପେ ହେବ ଏଥିପାଇ ଜିଲ୍ଲାପାଳ ଓ ଓପିଏସସି ପକ୍ଷରୁ ତଦାରଖ ହେବ ।ପରୀକ୍ଷାର ସୁପରିଚାଳନା ପାଇଁ ସଂପୃକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଓପିଏସସି ପକ୍ଷରୁ ସ୍ୱତନ୍ତ୍ର ସ୍କ୍ଵାର୍ଡ ଗଠନ କରି ତଦାରଖ କରିବାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।