ଆଜି ସାରା ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ
ମେଟ୍ରୋ ଟିଭି ଓଡିଶା,୨୬/୧ : ଆଜି ସାରା ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ସବୁ ଆଡେ ଦେଶମାତୃକାର ଜୟ ଗାନ କରାଯାଉଛି । ଏହାସହ ରାଜ୍ୟ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ ।
ବୀର ବାଦ୍ୟରେ କମ୍ପିଉଠିଲା ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗ। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ସମ୍ମାନୀତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥର ପରେଡରେ ୧୫ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିଛନ୍ତି। ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ପରେଡରେ ସାମିଲ ହୋଇଥିଲେ BSF। ପରେଡକୁ ପରିଚାଳନା କରିଥିଲେ ଆଇପିଏସ ରୋହିତ ବର୍ମା । ମହାତ୍ମାଗାନ୍ଧୀ ମାର୍ଗରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ସିସିଟଭି ଛାଉଣୀ କରାଯାଇଛି। ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ମୁତୟନ ହୋଇଛନ୍ତି ୨୫ପ୍ଲାଟୁନ୍ ଫୋର୍ସ ଓ ୭୦ଜଣ ବରିଷ୍ଠ ପୋଲିସ ଅଧିକାରୀ। ଆଜି ପାଇଁ ସ୍ୱତନ୍ତ୍ର ଟ୍ରାଫିକ କଟକଣା ଜାରି କରାଯାଇଛି। ଗାନ୍ଧୀମାର୍ଗ ଏବଂ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ୍ କରାଯାଇଛି। ସାଧାରଣତନ୍ତ୍ର ଦିବସ ପାଇଁ ତ୍ରିରଙ୍ଗା ରଙ୍ଗରେ ରଙ୍ଗେଇ ହୋଇଛି ସାରା ରାଜ୍ୟ । ବିଧାନସଭା, ସଚିବାଳୟ ଓ କମିଶନରେଟ ଅଫିସ ସଜେଇ ହୋଇଛି । ବିଭିନ୍ନ ଆକୃତିରେ ସଜେଇ ହୋଇ ଆକାଶମାର୍ଗକୁ ରଂଗୀନ କରିଛନ୍ତି ।