ଆଜି ଲୋକାର୍ପିତ ହେବ କଟକ ନେତାଜୀ ବସ ଟର୍ମିନାଲ

ଅପରାହ୍ନ ୪ଟା ୩୦ରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଲୋକାର୍ପିତ ହେବ କଟକ ନେତାଜୀ ବସ ଟର୍ମିନାଲ। ଅପରାହ୍ନ ୪ଟା ୩୦ରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ ଖାନନଗରସ୍ଥିତ ସିଏନବିଟି। ଏନେଇ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ୧୬ ଏକରରୁ ଅଧିକ ଅଞ୍ଚଳରେ ନିର୍ମିତ ଏହି ବସ ଟର୍ମିନାଲ ପାଇଁ ୮୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ନୂଆ ବସ ଟର୍ମିନାଲର ଲୋକାର୍ପଣ କଟକ ସହରକୁ ଏକ ନୂଆ ପରିଚୟ ଦେବ ବୋଲି କୁହାଯାଇଛି।