ଇତିହାସ ଓ ପରମ୍ପରାର ଗାଥା ବଖାଣୁଥିବା ସଂଗ୍ରହାଳୟ ଗବେଷଣା ପାଇଁ ଏକ ଜ୍ଞାନର ଭଣ୍ଡାର। ସେଥିପାଇଁ ପ୍ରତ୍ୟେକ ଜାତି, ପ୍ରତ୍ୟେକ ଦେଶ ଓ ରାଜ୍ୟ ସଂଗ୍ରହାଳୟକୁ ଗୁରୁତ୍ବ ଦେଇ ଆସିଛନ୍ତି। ସରକାରଙ୍କ ପ୍ରଚେଷ୍ଟାରେ ରାଜଧାନୀ ସମେତ ଅଧିକାଂଶ ଜିଲ୍ଲାରେ ତିଆରି ହୋଇଛି ସଂଗ୍ରହାଳୟ। ବର୍ତ୍ତମାନର ପିଢ଼ିଙ୍କୁ ସଂଗ୍ରହାଳୟ ସହ ଯୋଡ଼ିବାକୁ ଚାଲିଛି ଉଦ୍ୟମ। ସେହି ମର୍ମରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର କଳେବର ମଧ୍ୟ ବଢ଼ିବାରେ ଲାଗିଛି।ବିଭାଗ’ ଉତ୍କଳୀୟ ଯୋଦ୍ଧାଙ୍କ ବୀରତ୍ବର ଗାଥା ଗାଉଛି। ‘ଖଣି ଓ ଭୂତତ୍ତ୍ବ ବିଭାଗ’ରେ ବହୂ ମୂଲ୍ୟବାନ ଖଣିଜ ପଦାର୍ଥ, ପ୍ରାଚୀନ ମନ୍ଦିରରେ ବ୍ୟବହୃତ ହୋଇଥିବା ପଥର ରହିଛି। ‘ପ୍ରାଣୀ ବିଭାଗ’ରେ ବିଭିନ୍ନ ପ୍ରଜାତିର ପଶୁ, ପକ୍ଷୀଙ୍କୁ ସୁସଜ୍ଜିତ ରଖାଯାଇଛି। ‘ଚାରୁ ଓ ଚାରୁକଳା ବିଭାଗ’ ଉତ୍କଳୀୟ ରାଜା ଓ ମହାରାଜାଙ୍କ ବ୍ୟବହୃତ ସାମଗ୍ରୀରେ କଳା ଓ ହସ୍ତଶିଳ୍ପର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବାକୁ ମିଳେ। ‘ନୃତତ୍ତ୍ବ ବିଭାଗ’ର ଜନଜାତିଙ୍କର ସଂସ୍କୃତି ଓ ଜୀବନଶୈଳୀ ଆକର୍ଷଣର କେନ୍ଦ୍ର ବିନ୍ଦୁ। ‘ପଟ୍ଟଚିତ୍ର ବିଭାଗ’ରେ ଓଡ଼ିଶା ଚିତ୍ରକରଙ୍କ ରେଖା ଓ ରଙ୍ଗକର୍ମର ନିଖୁଣ ନିଦର୍ଶନ ଦେଖିବାକୁ ମିଳିବ। ‘ତାଳପତ୍ର ପୋଥି ବିଭାଗ’ରେ ୩୭ ହଜାରରୁ ଅଧିକ ତାଳପତ୍ର ପୋଥି ରହିଛି। ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଅଧୀନରେ ଥିବା ଏହି ସଂଗ୍ରହାଳୟ ଏହାର କଳେବର ବୃଦ୍ଧି କରିବା ସହ ପିଲାଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସଭିଙ୍କୁ ଆକୃଷ୍ଟ କରିବାକୁ ବିବିଧ ଯୋଜନା ହାତକୁ ନେଇଛି। ସରକାର ନୂତନ ଭାବେ ସଂଗ୍ରହାଳୟ ନିର୍ଦ୍ଦେଶକ ନିଯୁକ୍ତି ଦେଇଛନ୍ତି।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post