ଇତିହାସ ଓ ପରମ୍ପରାର ଗାଥା ବଖାଣୁଥିବା ସଂଗ୍ରହାଳୟ ଗବେଷଣା ପାଇଁ ଏକ ଜ୍ଞାନର ଭଣ୍ଡାର। ସେଥିପାଇଁ ପ୍ରତ୍ୟେକ ଜାତି, ପ୍ରତ୍ୟେକ ଦେଶ ଓ ରାଜ୍ୟ ସଂଗ୍ରହାଳୟକୁ ଗୁରୁତ୍ବ ଦେଇ ଆସିଛନ୍ତି। ସରକାରଙ୍କ ପ୍ରଚେଷ୍ଟାରେ ରାଜଧାନୀ ସମେତ ଅଧିକାଂଶ ଜିଲ୍ଲାରେ ତିଆରି ହୋଇଛି ସଂଗ୍ରହାଳୟ। ବର୍ତ୍ତମାନର ପିଢ଼ିଙ୍କୁ ସଂଗ୍ରହାଳୟ ସହ ଯୋଡ଼ିବାକୁ ଚାଲିଛି ଉଦ୍ୟମ। ସେହି ମର୍ମରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର କଳେବର ମଧ୍ୟ ବଢ଼ିବାରେ ଲାଗିଛି।ବିଭାଗ’ ଉତ୍କଳୀୟ ଯୋଦ୍ଧାଙ୍କ ବୀରତ୍ବର ଗାଥା ଗାଉଛି। ‘ଖଣି ଓ ଭୂତତ୍ତ୍ବ ବିଭାଗ’ରେ ବହୂ ମୂଲ୍ୟବାନ ଖଣିଜ ପଦାର୍ଥ, ପ୍ରାଚୀନ ମନ୍ଦିରରେ ବ୍ୟବହୃତ ହୋଇଥିବା ପଥର ରହିଛି। ‘ପ୍ରାଣୀ ବିଭାଗ’ରେ ବିଭିନ୍ନ ପ୍ରଜାତିର ପଶୁ, ପକ୍ଷୀଙ୍କୁ ସୁସଜ୍ଜିତ ରଖାଯାଇଛି। ‘ଚାରୁ ଓ ଚାରୁକଳା ବିଭାଗ’ ଉତ୍କଳୀୟ ରାଜା ଓ ମହାରାଜାଙ୍କ ବ୍ୟବହୃତ ସାମଗ୍ରୀରେ କଳା ଓ ହସ୍ତଶିଳ୍ପର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବାକୁ ମିଳେ। ‘ନୃତତ୍ତ୍ବ ବିଭାଗ’ର ଜନଜାତିଙ୍କର ସଂସ୍କୃତି ଓ ଜୀବନଶୈଳୀ ଆକର୍ଷଣର କେନ୍ଦ୍ର ବିନ୍ଦୁ। ‘ପଟ୍ଟଚିତ୍ର ବିଭାଗ’ରେ ଓଡ଼ିଶା ଚିତ୍ରକରଙ୍କ ରେଖା ଓ ରଙ୍ଗକର୍ମର ନିଖୁଣ ନିଦର୍ଶନ ଦେଖିବାକୁ ମିଳିବ। ‘ତାଳପତ୍ର ପୋଥି ବିଭାଗ’ରେ ୩୭ ହଜାରରୁ ଅଧିକ ତାଳପତ୍ର ପୋଥି ରହିଛି। ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଅଧୀନରେ ଥିବା ଏହି ସଂଗ୍ରହାଳୟ ଏହାର କଳେବର ବୃଦ୍ଧି କରିବା ସହ ପିଲାଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସଭିଙ୍କୁ ଆକୃଷ୍ଟ କରିବାକୁ ବିବିଧ ଯୋଜନା ହାତକୁ ନେଇଛି। ସରକାର ନୂତନ ଭାବେ ସଂଗ୍ରହାଳୟ ନିର୍ଦ୍ଦେଶକ ନିଯୁକ୍ତି ଦେଇଛନ୍ତି।
Trending
- ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନିଜର ନୂଆ ଯୁବ ବାହିନୀ, ଇପ୍ସିତା ଓ ଚିନ୍ମୟଙ୍କୁ ମିଳିଲା ଗୁରୁଦାୟିତ୍ବ
- ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ,ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ
- ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ ହୋଇଛି
- ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ
- ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
- ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
Prev Post
Next Post