ଆଇଏଏସ ସ୍ତରରେ ଅଦଳ ବଦଳ

ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ। ୧୮ ଜଣଙ୍କୁ ଅଦଳ ବଦଳ କରାଯାଇଛି। ଆଇଏଏସ୍ ଦେଓରଞ୍ଜନ କୁମାର ସିଂହ ହେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ । ଅତିରିକ୍ତ ଭାବେ ସେ ସ୍ବତନ୍ତ୍ର ରିଲିଫ୍ କମିଶନର ଦାୟିତ୍ୱ ତୁଲାଇବେ। ସେହିପରି ସୁରେନ୍ଦ୍ର କୁମାରଙ୍କୁ ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ସଚିବ କରାଯାଇଛି। ହେମନ୍ତ ଶର୍ମାଙ୍କୁ ଶକ୍ତି ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ବ ମିଳିଛି। ସେହିପରି ବିଷ୍ଣୁପଦ ସେଠୀଙ୍କୁ ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଉଷା ପାଢୀଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦାୟିତ୍ୱ ମିଳିଛି।