ଆାଗାମୀ ତିନଘଣ୍ଟା ପାଇଁ କାଳବୌଶାଖୀ ନେଇ ସତର୍କକତା ଜାରି କରିଛି ପାଣିପାଗ ବିଭାଗ
ଆାଗାମୀ ତିନଘଣ୍ଟା ପାଇଁ କାଳବୌଶାଖୀ ନେଇ ସତର୍କକତା ଜାରି କରିଛି ପାଣିପାଗ ବିଭାଗ । ଏହି ମଧ୍ୟରେ 30 ରୁ 40 କିଲୋମିଟର ବେଗରେ ପବନ ବହିବା ସହିତ ଘଡ଼ଘଡ଼ି ବିଜୁଳ ସହିତ ବର୍ଷା ହେବା ନେଇ ଆକଳନ କରାଯାଇଛି । ରାଜ୍ୟର 6 ଟି ଜିଲ୍ଲାକୁ ବର୍ଷା ଜନିତ ସକର୍କତା ଜାରି କରାଯାଇଛି । ଖୋର୍ଧା ,କଟକ, ନୂଆପଡ଼ା, ବଲାଙ୍ଗୀର , କଳାହାଣ୍ଡି ଏବଂ କୋରାପୁଟରେ ବର୍ଷା ସମ୍ଭାବନା । ଏହି ସମୟ ମଧ୍ୟରେ ଘରୁ ନ ବାହରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି ।