ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ
ସମ୍ବଲପୁର : ସମ୍ବଲପୁର ହିଂସା ପ୍ରତିବାଦରେ-ଅବିଭକ୍ତ କୋରାପୁଟ ଓ ପଶ୍ଚିମ ଓଡ଼ିଶା ଜିଲ୍ଲାରେ ବନ୍ଦ ଡାକରା। ବିଶ୍ବ ହିନ୍ଦୁ ପରିଷଦ ତରଫରୁ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ୧୦ ଓ ଅବିଭକ୍ତ କୋରାପୁଟର ୪ ଜିଲ୍ଲାକୁ ମିଶାଇ ମୋଟ ୧୪ ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରିରେ ବନ୍ଦ ଡାକରା ଦିଆଯାଇଛି। ବିଜେପି ସହିତ ବଜରଙ୍ଗ ଦଳ ବି ବନ୍ଦକୁ ସମର୍ଥନ କରିଛି।ଏହି ବନ୍ଦର ଡାକରାର ପ୍ରଭାବରେ ଆଜି ବିଭିନ୍ନ ସ୍ଥାନରେ ଦୋକାନବଜାରରୁ ନେଇ ଗାଡ଼ିମଟର ଚଳାଚଳ ବନ୍ଦ ହୋଇଛି। ଭବାନୀପାଟଣା ସହରରେ ବସ୍ ଚଳାଚଳ ବନ୍ଦ ହୋଇଥିବା ବେଳେ ବଣାଇ ରାଜମୁଣ୍ଡା ବାଇପାସ୍ରେ ଏନ୍ଏଚ୍ ଅବରୋଧ ହୋଇଛି। ପ୍ରମୁଖ ଛକରେ ଆନ୍ଦୋଳନକାରୀମାନେ ଅବରୋଧ କରିଥିବା ବେଳେ କର୍ଫ୍ୟୁ କୋହଳ ସତ୍ତ୍ବେ ସମ୍ବଲପୁରରେ ବି ବନ୍ଦର ପ୍ରଭାବ ରହିଛି। ପିକେଟିଂ ସହ ଦୋକାନ ବଜାର ବନ୍ଦ ରହିଛି ଓ ବଲାଙ୍ଗିର ମୁଖ୍ୟ ଡାକଘରେ ଆନ୍ଦୋଳନକାରୀ ତାଲା ପକାଇ ଦେଇଛନ୍ତି।